ଗ୍ରାହକଙ୍କୁ ଆଶ୍ୱସ୍ତି, ଶସ୍ତା ହେଲା LPG ସିଲିଣ୍ଡର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନୂଆ ବର୍ଷ ଆରମ୍ଭରୁ ଗ୍ରାହକଙ୍କୁ ଆଶ୍ୱସ୍ତି । ହ୍ରାସ ପାଇଛି ଏଲପିଜି ସିଲିଣ୍ଡରର ମୂଲ୍ୟ । ୧୯ କିଲୋଗ୍ରାମ କମର୍ସିଆଲ୍ ଗ୍ୟାସ ସିଲିଣ୍ଡରରେ ଏହି ରିହାତି ଦିଆଯାଇଛି । IOCL ନିୟମ ଅନୁଯାୟୀ, ଜାନୁଆରୀ ୧, ୨୦୨୨ ସୁଦ୍ଧା ଦିଲ୍ଲୀରେ କମର୍ସିଆଲ୍ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୦୨ ରୁ ୧୯୯୮.୫କୁ ହ୍ରାସ ପାଇଛି । ସୂଚନା ଥାଉକି, ଡିସେମ୍ବର ୩୧ ପର୍ଯ୍ୟନ୍ତ, ଦିଲ୍ଲୀବାସୀଙ୍କୁ ୧୯ କିଲୋଗ୍ରାମର ଏକ ଗ୍ୟାସ ସିଲିଣ୍ଡର ପାଇଁ ୨୧୦୧ଟଙ୍କା ଦେବାକୁ ପଡିଥିଲା ।

ଯେଉଁଠାରେ ଚେନ୍ନାଇରେ ୧୯ କିଲୋଗ୍ରାମ LPG ସିଲିଣ୍ଡର ପାଇଁ ୨୧୩୧ ଟଙ୍କା, ମୁମ୍ବାଇରେ ୧୯୪୮.୫୦ ଦେବାକୁ ପଡିବ । ନୂତନ ମୂଲ୍ୟ ପ୍ରକାଶ ପାଇବା ପରେ କୋଲକାତାର ବ୍ୟବସାୟିକ ଗ୍ୟାସ ସିଲିଣ୍ଡରଗୁଡିକ ଆଜିଠାରୁ ୨୦୭୬ ଟଙ୍କାରେ ଉପଲବ୍ଧ ହେବ । ନୂଆ ବର୍ଷରେ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏହି କାରଣରୁ ଜାତୀୟ ରାଜଧାନୀରେ ରହୁଥିବା ଲୋକମାନେ ସବସିଡି ବିନା ଘରୋଇ ଗ୍ୟାସ୍ ସିଲିଣ୍ଡର ପାଇବାକୁ ୯୦୦ ଟଙ୍କା ଜାରି ରଖିବେ ।

Leave a comment