ଗୋଲଡେନ୍ ଗ୍ଲୋ ଲୁକରେ ଶିଳ୍ପା : ଭାଇରାଲ ହେଉଛି ଫଟୋ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୋନି ଟିଭିର ଡ୍ୟାନ୍ସ ରିଆଲିଟି ସୋ ‘ସୁପର ଡାନ୍ସର୍ -୪’ରେ ପ୍ରାୟ ଏକ ମାସ ପରେ ଶିଳ୍ପା ଶେଟ୍ଟୀ ଜଜ୍ ହୋଇ ଶୋକୁ ଫେରିଛନ୍ତି। ସ୍ୱାମୀ ରାଜ କୁନ୍ଦ୍ରା ଗିରଫ ହେବା ପରେ ଶିଳ୍ପା ନିଜକୁ ଶୋ’ରୁ ଦୂରେଇ ରଖିଥିଲେ। ତାଙ୍କ ଅନୁପସ୍ଥିତିରେ ଚଳଚ୍ଚିତ୍ର ଜଗତ ସହିତ ଜଡିତ ଅନ୍ୟ ଅଭିନେତ୍ରୀ ଗୀତା କପୁର ଏବଂ ଅନୁରାଗ କଶ୍ୟପଙ୍କ ସହ ଶୋ’ର ଅତିଥି ଜଜ ଥିଲେ। ଶୋ’କୁ ଫେରିବା ପରେ ଶିଳ୍ପାଙ୍କୁ ଗ୍ରାଣ୍ଡ ଭାବେ ସ୍ବାଗତ କରାଯାଇଥିଲା । ଏହାକୁ ଦେଖି ଶିଳ୍ପା ବହୁତ କାନ୍ଦୁଥିଲେ। ଶୋ’ରୁ ଶିଳ୍ପା ତାଙ୍କର ଅନେକ ଫଟୋ ସେୟାର କରିଛନ୍ତି ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ତେବେ ଶିଳ୍ପା ପୁଣି ସୋସିଆଲ ମିଡିଆରେ ନିଜର ଫଟୋ ସେୟାର କରି ସମସ୍ତଙ୍କୁ ଘାଇଲା କଲେ । ସ୍ବାମୀ ରାଜ୍ କୁନ୍ଦ୍ରାଙ୍କ ଖବର ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିବା ପରେ ଶିଳ୍ପା କିଛି ସମୟ ମିଡିଆ ଆଗରୁ ଦୂରେଇ ଯାଇଥିଲେ । ବର୍ତ୍ତମାନ ଶିଳ୍ପା ଶେଟ୍ଟୀ ଇନଷ୍ଟାଗ୍ରାମରେ ନିଜର ଏକ ଚମତ୍କାର ଓ ଦମଦାର ଲୁକରେ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ ଏକ ସୁବର୍ଣ୍ଣ ହଳଦିଆ ରଙ୍ଗର ଶାଢୀରେ ଫଟୋସୁଟ କରିଛନ୍ତି । ସେହି ଫଟୋସୁଟ୍ କରୁଥିବା ସମୟରେ ଶିଳ୍ପା କନଫିଡେନ୍ସ ଦେଖାଉଥିବାର ନଜର ଆସିଥିଲେ । ତାଙ୍କର ଏହି ଗୋଲଡେନ ୱେଲୋ ରଙ୍ଗର ସାଢ଼ୀ ଦେଖି ଫ୍ୟାନ୍ସଙ୍କୁ ପୂରା ଦିୱାନା ହୋଇଛନ୍ତି । ଯାହାକି ଏବେ ତାଙ୍କର ଏହି ଫଟୋ ଚାରିଆଡେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋ ସେୟାର କରି ଶିଳ୍ପା ଏକ ଅତି ଷ୍ଟାଇଲିସ୍ କ୍ୟାପସନ୍ ‘ଗ୍ଲୋୱୋଲଡେନ୍ ହାୱାର’ ଲେଖିଛନ୍ତି । ଶିଳ୍ପାଙ୍କର ଏହି ଫଟୋ ସେୟାର କରିବାର ଦୁଇ ଘଣ୍ଟା ମଧ୍ୟରେ, ୨ ଲକ୍ଷ ୨୨ହଜାରରୁ ଅଧିକ ଲାଇକ୍ ଆସିଥିଲା ।

Leave a comment