ସାମୟିକ କଳା ଓ କ୍ରିଡା ଶିକ୍ଷକଙ୍କୁ ପୂର୍ଣ୍ଣ ପ୍ରଶିକ୍ଷକ ମାନ୍ୟତା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜ୍ୟ ସରକାରଙ୍କ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ନିଯୁକ୍ତି ପାଇଥିବା ସାମୟିକ କଳା ଓ କ୍ରିଡା ପ୍ରଶିକ୍ଷକଙ୍କ ପାର୍ଟ ଟାଇମ୍ ଉଚ୍ଛେଦ କରି ପୂର୍ଣ୍ଣ ଶିକ୍ଷକ ମାନ୍ୟତା ଦାବି କରି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର । ଓଡିଶା କଳା ଓ କ୍ରିଡା ଶିକ୍ଷକ ମହାସଂଘର ଭଦ୍ରକ ଶାଖା ତରଫରୁ ଏହି ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଦାନ କରଯାଇଛି । ତେବେ ଏହି ବର୍ଗର ପ୍ରଶିକ୍ଷକମାନେ ଠିକା ହିସାବରେ କାର୍ଯ୍ୟ କରିବା ସହ ନୋ ୱାର୍କ ନୋ ପେ ଅନୁସାରେ ଦରମା ପାଇଥାନ୍ତି ।

ତେବେ ଏହି ପାର୍ଟ ଟାଇମ୍ ଉଚ୍ଛେଦ ପାଇଁ ଏବେ ଦାବି କରିଛନ୍ତି । ପୂର୍ଣ୍ଣ ଶିକ୍ଷକ ଭାବେ ମାନ୍ୟତା ପାଇଁ ପଦକ୍ଷେପ ସରକାର ନିଅନ୍ତୁ । ଯଦି ଆଗାମୀ ଦିନରେ ରାଜ୍ୟ ସରକାର ଏହି ପ୍ରଶିକ୍ଷକଙ୍କ ଦାବି ମାନିବା ପାଇଁ ମହାସଂଘ ଅନୁରୋଧ କରିଛି । ନହେଲେ ପ୍ରଶିକ୍ଷକମାନେ ପରିବାର ସହ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

Leave a comment