ସିଦ୍ଧାର୍ଥ ରାଉତରାୟ ଏଭରେଷ୍ଟରେ ଉଡ଼ାଇଲେ ଜାତୀୟ ପତାକା

0

ଭୁବନେଶ୍ବର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଏଭରେଷ୍ଟରେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପୁଅ ସିଦ୍ଧାର୍ଥ । ଏଭରେଷ୍ଟରେ ଉଡ଼ାଇଲେ ଜାତୀୟ ପତାକା । ଏହା ପୂର୍ବରୁ ତିନିଟି ମହାଦେଶର ତିନୋଟି ଉଚ୍ଚତମ ଗିରିଶୃଙ୍ଗକୁ ସେ ସଫଳତାର ସହ ଆରୋହଣ କରିଛନ୍ତି ।

ଉତ୍ତର ଆମେରିକାର ମାଉଣ୍ଟ ଦେନ୍ନାଲି, ଦକ୍ଷିଣ ଆମେରିକାର ମାଉଣ୍ଟ ଆକୋନ୍କାଗୁଆ ଓ ଆଫ୍ରିକାର କିଲିମାଞ୍ଜେରୋ । ସେହିପରି ସାତୋଟି ମହାଦେଶର ସାତୋଟି ଶିଖର ଆରୋହଣ ସହ ଶ୍ରୀଜଗନ୍ନାଥ ମନ୍ଦିରର ବାନା ଉଡ଼ାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି ସିଦ୍ଧାର୍ଥ ରାଉତରାୟ । ଜଟଣୀର କଂଗ୍ରେସ ବିଧାୟକ ସୁରଙ୍କ ପୁଅ ସିଦ୍ଧାର୍ଥ ରାଉତରାୟ ଏବେ ଆମେରିକାର ସିଲିକନ ଭ୍ୟାଲିରେ ରହୁଛନ୍ତି ।

Leave a comment