ଏଭେରେଷ୍ଟରେ ପତିତପାବନ ବାନା ଉଡାଇଲେ ସିଦ୍ଧାର୍ଥ ରାଉତରାୟ

ଭୁବନେଶ୍ବରରେ ଦିଆଗଲା ସମ୍ବର୍ଦ୍ଧନା

0

ଭୁବନେଶ୍ବର : ଜଟଣୀ ନିର୍ବାଚନୀ ମଣ୍ଡଳୀର ବିଧାୟକ ସୁରେଶ କୁମାର ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟଙ୍କ ଆଉ ଏକ କୀର୍ତ୍ତି। ପୂର୍ବରୁ ଆଇରନମ୍ୟାନ ର ଟାଇଟଲ ହାତେଇଛନ୍ତି ସିଦ୍ଧାର୍ଥ ଏବେ ଏଭରେଷ୍ଟ ଚଢି ନୂଆ କୀର୍ତ୍ତିମାନ କରିଛନ୍ତି। ଶିଖରରେ ପହଞ୍ଚିବା ପରେ ଜୟ ପାଇକ ର ନାରା ଦେଇଥିଲେ ସିଦ୍ଧାର୍ଥ। ଏଭରେଷ୍ଟ ଚଢିବା ଥିଲା ତାଙ୍କର ବହୁ ଦିନର ସ୍ବପ୍ନ। ଏହା ବେଶ କଷ୍ଟକର ମଧ ଥିଲା… ସର୍ବୋଚ୍ଚ ଶିଖରକୁ ଚଢ଼ୁଥିବା ବେଳେ ପାଦେ ପାଦେ ଥିଲା ଅନେକ ଚ୍ୟାଲେଞ୍ଜ। କିନ୍ତୁ ସବୁ ଚ୍ୟାଲେଞ୍ଜ କୁ ଅତିକ୍ରମ କରି ସିଦ୍ଧାର୍ଥ ଦୁନିଆର ଉଚ୍ଚତମ ପର୍ବତ କୁ ଚଢ଼ି ଥିଲେ।ଶାରୀରିକ ଫିଟନେସ ଓ ମାନସିକ ଦୃଢ଼ତା ପାଇଁ ଏଭରେଷ୍ଟ ଚଢିବା ସମ୍ଭବ ହେଲା ବୋଲି ସିଦ୍ଧାର୍ଥ କହିଛନ୍ତି।

ଏଭରେଷ୍ଟ ଚଢିବା ପରେ ଓଡ଼ିଆ ପାଇକ ପୁଅ ଭାବେ ଏଭରେଷ୍ଟରେ ପତିତପାବନ ବାନା ଉଦାଇଵା ସହ ଜୟ ପାଇକ ନା ଲେଖିଛନ୍ତି। ଆଜି ସେ ଭୁବନେଶ୍ୱର ପହଂଚିବା ପରେ ବିମାନ ବନ୍ଦରରେ ତାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏହି କୀର୍ତ୍ତି ପାଇଁ ନିଜ ବାପା ମା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ୍ ଦେଇଛନ୍ତି ସିଦ୍ଧାର୍ଥ। ଆଜି ତାଙ୍କ ବାପା ବିଧାୟକ ସୁର ରାଉତରାୟ , ପାଇକ ସଙ୍ଘ, ଜଟଣୀ ନିର୍ବାଚନ ମଣ୍ଡଳୀର ଶତାଧିକ ଲୋକ ତାଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦେଇଛନ୍ତି। ବିମାନ ବନ୍ଦରରେ ବାଜା ବାଣ, ପାଇକଙ୍କ ଦ୍ଵାରା ସମର କଳା, ଘୋଡ଼ା ନାଚ ପ୍ରଦର୍ଶିତ କରାଯାଇଥିଲା।

Leave a comment