ଶିବ ମନ୍ଦିର ଚୂଡାରେ ପତାକା ବଦଳାଇବା ବେଳେ ଅଘଟଣ, ଖସି ପଡି ସେବାୟତ ମୃତ

0

ମନ୍ଦିରରେ ଅଘଟଣ । ଚୂଡା ଉପରୁ ଖସି ପଡି ଜୀବନ ହାରିଲେ ସେବାୟତ । କେନ୍ଦୁଝର ଜିଲ୍ଲା ବୈତରଣୀ ନଦୀ କୂଳରେ ଥିବା ପରମେଶ୍ୱର ଶିବ ମନ୍ଦିର ଉପରୁ ଖସିପଡି ମନ୍ଦିରର ବରିଷ୍ଠ ସେବାୟତଙ୍କ ମୃତ୍ୟୁ ଘଟିଛି ।

ମୃତ ସେବାୟତ ହେଲେ କେନ୍ଦୁଝର ସଦର ବ୍ଲକ ଭୁଦବାହାଳି ଗ୍ରାମର ସନ୍ତୋଷ ମହାନ୍ତ ।ସେ କାର୍ତ୍ତିକ ପୂର୍ଣ୍ଣମୀ ପାଇଁ ମନ୍ଦିର ଉପରକୁ ଉଠି ଚୂଳର ପତାକା ବଦଳାଉ ଥିଲେ । ଏହି ସମୟରେ ସେ ଭାରସାମ୍ୟ ହରାଇ ତଳକୁ ଖସି ପଡି ଗୁରୁତର ହୋଇ ପଡିଥିଲେ । ତୁରନ୍ତ ତାଙ୍କୁ କଟକ ବଡ଼ ମେଡିକାଲ ନିଆଯାଇଥିଲା । ତେବେ ରାସ୍ତାରେ ହିଁ ସେ ପ୍ରାଣ ହରାଇଥିଲେ ।

Leave a comment