ସୁଶାନ୍ତଙ୍କ ମୃତ୍ୟୁ ନେଇ ରିୟାଙ୍କୁ ଜେରା କରିବ ସିବିଆଇ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ସିବିଆଇ ଆଜି ରିୟାଙ୍କୁ ପଚରାଉଚରା ପାଇଁ ଡାକିପାରେ । ଏହି ପରିପ୍ରେକ୍ଷୀରେ ରିୟାଙ୍କୁ ସିବିଆଇର ତୀକ୍ଷ୍ଣ ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡ଼ିବ । ଏହାପୂର୍ବରୁ ରିୟା ଦୁଇଥର ପଚରାଉଚରା ପାଇଁ ଇଡି କାର୍ଯ୍ୟାଳୟକୁ ଯାଇଥିଲେ । କିନ୍ତୁ ଏଥର ଜେରା କରିବ ସିବିଆଇ । ସିବିଆଇର ଜେରା ସମ୍ପୁର୍ଣ୍ଣ ଅଲଗା ରହିଥାଏ। ରିୟାଙ୍କୁ ପଚରାଉଚରା ବେଳେ ସିବିଆଇ ଏମିତି କିଛି ପ୍ରଶ୍ନ କରିପାରେ । ଜୁନ୍ ରେ ହଠାତ୍ କ’ଣ ହେଲା ଯେ ତୁମେ ଘରୁ ଚାଲିଗଲ? ଯଦି ସୁଶାନ୍ତଙ୍କ ଏତେ ଭଲ ପାଉିଥିଲ ତେବେ ସୁଶାନ୍ତଙ୍କ ନମ୍ବରକୁ କାହିଁକି ବ୍ଲକ୍ କଲ? ସୁଶାନ୍ତଙ୍କୁ କେଉଁ ରୋଗ ହୋଇଥିଲା ? କେଉଁ ଡାକ୍ତର ସୁଶାନ୍ତଙ୍କ ଚିକିତ୍ସା କରୁଥିଲେ ? ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ଯଡ଼ିତ କିଛି ପ୍ରଶ୍ନ ମଧ୍ୟ କରିପାରେ ସିବିଆଇ ।