ଅଗଷ୍ଟ ୪ରେ ଶ୍ରୀମନ୍ଦିର ପ୍ରଶାସନର ବୈଠକ, ଭକ୍ତଙ୍କ ପ୍ରବେଶ ନେଇ ହୋଇପାରେ ଆଲୋଚନା
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଶ୍ରୀମନ୍ଦିରକୁ ଭକ୍ତମାନଙ୍କ ପ୍ରବେଶ ନେଇ ଆସନ୍ତା ଅଗଷ୍ଟ ୪ ତାରିଖ ଦିନ ବୈଠକ ଅନୁଷ୍ଠିତ ହେବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଭିଡ଼ିଓ କନଫରେନସିଙ୍ଗ ଜରିଆରେ ଆଲୋଚନା ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ପୁରୀ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ପୁରୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ସମନ୍ୱୟ କମିଟିର ସଦସ୍ୟମାନେ ତଥା ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀମାନେ ଅଂଶଗ୍ରହଣ କରିବେ।
କରୋନା ପାଇଁ ଦୀର୍ଘ ଦିନରୁ ବନ୍ଦ ରହିଛି ଶୀମନ୍ଦିର । ଅନେକ ଭକ୍ତ ଜଗନ୍ନାଥଙ୍କ ଦର୍ଶନରୁ ବଞ୍ଚିତ ଅଛନ୍ତି । ସେପଟେ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରେବଶ ମନା ଯୋଗୁ ଆର୍ଥିକ କ୍ଷେତ୍ରରେ ମଧ୍ୟ ପ୍ରଭାବିତ ହୋଇଛନ୍ତି ସେବାୟତ । ଏହି ସମସ୍ତ ଦିଗକୁ ଦୃଷ୍ଟିରେ ରଖି ଆଲୋଚନା ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି ।