କାହା ଛତ୍ରଛାୟା ତଳେ ଶ୍ରୀମୟୀ ମିଶ୍ର,ଦଳରେ ଚାଲିଛି ଟୁପୁରୁ ଟାପର ,ଦେଖନ୍ତୁ ଭିଡ଼ିଓ

0

ଶୁଣିବାକୁ ମିଳୁଛି ଦଳର କିଛି ପାୱାରଫୁଲ ବିଧାୟକ ଶ୍ରୀମୟୀ ଙ୍କୁ ନିଜ ସାଙ୍ଗରେ ଧରି ବୁଲୁଛନ୍ତି । କିପରି ଆଗାମୀ ନିର୍ବାଚନରେ ଏକ ବିଧାୟିକା ହେଉ କିମ୍ବା ସାଂସଦ ପଦ ହେଉ ଯେପରି ଶ୍ରୀମୟୀଙ୍କୁ ମିଳୁ । ତେଣୁ ପ୍ରାଣମୂର୍ଚ୍ଚା ଉଦ୍ୟମ କରୁଛନ୍ତି । ଏପରିକି ସମସ୍ତ କାର୍ଯ୍ୟକ୍ରମ ରେ ଶ୍ରୀମୟୀ ଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରିବାକୁ ଚାପ ପକାଉଛନ୍ତି । କହୁଛନ୍ତି ଉପରୁ ନିର୍ଦ୍ଦେଶ ରହିଛି ଶ୍ରୀମୟୀ ଙ୍କୁ ପ୍ରମୋଟ କରିବାକୁ ।

ଏହି ସବୁ ଭିତରେ ଶ୍ରୀମୟୀ କିନ୍ତୁ ଖୁବ ଖୁସି କାହିଁକିନା ତାଙ୍କୁ କ୍ଷମା ମିଳିଗଲା । ତେଣିକି ଯାହାର ଯାହା ହେଉଛି ହେଉ । ଏହାକୁ ନେଇ ଦଳରେ ଏବେ ଟୁପୁରୁ ଟାପର ଚାଲିଛି, ପାୱାରଫୁଲ ଗୋଷ୍ଠି ରେ ଅଛନ୍ତି ଶ୍ରୀମୟୀ ତେଣୁ ତାଙ୍କୁ ସବୁପ୍ରକାର କ୍ଷମା ମିଳିଯିବା ସହଜ କଥା ।
ଶ୍ରୀମୟୀ ଏମିତି କେଉଁ ନେତା ଙ୍କ ଛତ୍ରଛାୟାରେ ଅଛନ୍ତି କି ତାଙ୍କ ବିରୁଦ୍ଧରେ କୌଣସି ପଦକ୍ଷେପ ନିଆଗଲାନାହିଁ । ତାଙ୍କୁ ତୁରନ୍ତ କ୍ଷମା କରିଦିଆଗଲା ।

Leave a comment