ଶ୍ରାବଣ ମାସରେ ରାଶି ଅନୁସାରେ ଏହି ଉପାୟରେ ମହାଦେବଙ୍କୁ କରନ୍ତୁ ସନ୍ତୁଷ୍ଟ

0

ଶିବ ଭକ୍ତ ମାନଙ୍କ ପାଇଁ ଏହା ହେଉଛି ବର୍ଷର ସବୁଠୁ ପବିତ୍ର ମାସ । ତେଣୁ କରି ଏହି ମାସରେ ଭଗବାନ ଶିବଙ୍କ ଉପାସନା କଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଜ୍ୟୋତିଷ ଶାସ୍ତ୍ରରେ ମହାଦେବଙ୍କ ଉପାସନାର ଏକ ବିଶେଷ ମହତ୍ତ୍ୱ ରହିଛି । ବିଶ୍ୱାସ ରହିଛିକି ଯଦି ରାଶି ଅନୁସାରେ ତାଙ୍କର ପୂଜାର୍ଚ୍ଚନା କରାଯାଏ ତେବେ ଭୋଳାବାବା ଭକ୍ତର ସମସ୍ତ ବେଦନା ଦୂର କରନ୍ତି ଆଉ ମନର ଇଚ୍ଛାକୁ ପୂରଣ କରନ୍ତି । ତେବେ ଆସନ୍ତୁ ଆଜି ସେ ଉପରେ ଏକ ନଜର ପକାଇବା ।

ମେଷ ରାଶି: ମେଷ ରାଶିର ସ୍ୱାମୀ ମଙ୍ଗଳ ହୋଇଥିବା ବେଳେ ଏମାନଙ୍କ ପାଇଁ ଲାଲ ରଙ୍ଗ ହେଉଛି ସବୁଠୁ ଶୁଭ ରଙ୍ଗ । ଯଦି ଲାଲ ଚନ୍ଦନ କିମ୍ବା ଲାଲ ଫୁଲ ଏହି ମାସରେ ଶିବଙ୍କୁ ଚଢ଼ାଯାଏ ତେବେ ଭୋଳାବାବା ପ୍ରସନ୍ନ ହୁଅନ୍ତି । ଆଉ ପୂଜା ସମୟରେ ଓଁ ନାଗେଶ୍ବରାୟ ନମଃ ମନ୍ତ୍ର ଜପ କରନ୍ତୁ ।

ବୃଷ: ବୃଷଭ ହେଉଛନ୍ତି ଭଗବାନ ଶିବଙ୍କ ବାହାନ । ଏହି ରାଶିର ବ୍ୟକ୍ତି ବିଶେଷଙ୍କ ରାଶିର ସ୍ୱାମୀ ହେଉଛନ୍ତି ଶୁକ୍ର । ଏମାନଙ୍କ ପାଇଁ ଧଳା ରଙ୍ଗ ଓ ଚମେଲୀ ଫୁଲ ସବୁଠୁ ଶୁଭ ହୋଇଥାଏ ।

ମିଥୁନ: ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଦେବତା ହେଉଛନ୍ତି ବୁଦ୍ଧ । ଏହି ରାଶିର ଲୋକ ମାନେ ଧୁଦୁରା ଫୁଲ, ଭାଙ୍ଗ ଚଢେଇ ଶିବ ପଞ୍ଚାକ୍ଷରୀ ମନ୍ତ୍ର ଜପିବା ଉଚିତ ।

କର୍କଟ: ଏହି ରାଶିର ଅଧିଷ୍ଠ ଦେବତା ହେଉଛନ୍ତି ଚନ୍ଦ୍ର । ତେଣୁ ଏମାନେ ଭାଙ୍ଗ ମିଶା ଦୁଧ ଚଢେଇବା ଲାଭଦାୟୀ ।

ସିଂହ: ସିଂହ ରାଶିର ସ୍ୱାମୀ ହେଉଛନ୍ତି ସୂର୍ଯ୍ୟ । ଏମାନେ ଶିଵାଲୟରେ ଶ୍ରୀ ଶିବ ଚାଳିଶା ମନ୍ତ୍ର ଜପିବା ଦ୍ୱାରା ଏମାନଙ୍କୁ ଶୁଭ ଫଳ ମିଳିଥାଏ ।

କନ୍ୟା: ବେଲପତ୍ର, ଦୁଦୁରା, ଭାଙ୍ଗ ଆଦିରେ ଏମାନେ ଶିବ ଆରାଧନା କରିବା ଉଚିତ ।

ତୁଳା: ଏମାନଙ୍କ ସ୍ୱାମୀ ହେଉଛନ୍ତି ଶୁକ୍ର । ମିଶ୍ରି ଯୁକ୍ତ କ୍ଷୀରରେ ଏମାନେ ମହାଦେବଙ୍କ ଅଭିଷେକ କରିବା ଉଚିତ । ଏହା ସହ ଶିବ ସହସ୍ର ନାମ ଜପ କରନ୍ତୁ

ବିଛା: ଭୋଳା ବାବାଙ୍କ ପୂଜା ଏମାନେ ଗୋଲାପ ଫୁଲ ଓ ବେଲ ପତ୍ରରେ କରିବା ଉଚିତ । ପ୍ରତିଦିନ ରୁଦ୍ରଷ୍ଟକ ପାଠ କଲେ ଏମାନଙ୍କ ଭାଗ୍ୟ ଚମକି ଉଠିଥାଏ ।

ଧନୁ: ବୃହଷ୍ପତ୍ତି ହେଉଛନ୍ତି ଏହି ରାଶିର ସ୍ୱାମୀ । ତେଣୁ ଏମାନେ ଶ୍ରାବଣ ମାସରେ ସକାଳୁ ଉଠି ହଳଦିଆ ଫୁଲରେ ଶିବ ପୂଜା କରିବା ଉଚିତ ।

ମକର: ମକର ହେଉଛି ଶନିଙ୍କ ରାଶି । ଏମାନେ ଦୁଦୁରା, ଭାଙ୍ଗ, ଅଷ୍ଟଗନ୍ଧ ଆଦିରେ ଶିବ ପୂଜା କରିବା ଉଚିତ ।

କୁମ୍ଭ: ଆଖୁ ରସରେ ଏମାନେ ମହାଦେବଙ୍କୁ ପ୍ରସନ୍ନ କରିବା ଉଚିତ । ଏହା ସହ ଶିବାଷ୍ଟକ ମନ୍ତ୍ର ଜପିବା ଉଚିତ ।

ମୀନ: ପଞ୍ଚାମୃତ, ଦହି, ଦୁଧ ଆଦିରେ ଏମାନେ ଶିବଙ୍କୁ ସନ୍ତୁଷ୍ଟ କରିବା ଉଚିତ ।

 

 

Leave a comment