ଶିକାଗୋ ନାଇଟ୍କ୍ଲବରେ ଗୁଳିମାଡ଼; ୨ ମୃତ, ୪ ଗୁରୁତର

0

ଶିକାଗୋ : ଆମେରିକାରେ ବଢିଚାଲିଥିବା ଗୁଳିମାଡ଼କୁ ନେଇ ଦେଶବାସୀ ଚିନ୍ତିତ ଅଛନ୍ତି । ଗୋଟିଏ ପରେ ଗୋଟିଏ ଗୁଳିମାଡ଼ ଘଟଣା ଘଟୁଛି । ରବିବାର ମଧ୍ୟ ଦକ୍ଷିଣ-ପୂର୍ବ ଶିକାଗୋ ନିକଟରେ ଇଣ୍ଡିଆନା ନାଇଟ୍ କ୍ଲବରେ ଗୁଳିମାଡ଼ ହୋଇଛି । ଗୁଳିମାଡ଼ରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ୪ ଜଣଙ୍କୁ ଗୁରୁତର ଭାବେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ପୋଲିସ କହିଛି ଯେ, କ୍ଲବରେ ପ୍ରବେଶ କରିବା ମାତ୍ରେ ୨ଜଣଙ୍କର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ଉଭୟ ମୃତ ବ୍ୟକ୍ତି ଗୁଳିମାଡ଼ର ଶିକାର ହୋଇଥିଲେ । ମୃତକଙ୍କ ମଧ୍ୟରେ ଜଣେ ୩୪ ବର୍ଷୀୟ ଯୁବକ ଓ ଅନ୍ୟ ଜଣେ ୨୬ ବର୍ଷୀୟ ଯୁବତୀ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା । କିନ୍ତୁ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ କହିଛି ଯେ, ଗୁଳିମାଡ଼ରେ ୪ ଜଣ ଆହତ ହୋଇଛନ୍ତି । ପୋଲିସ ଚିହ୍ନଟ ହୋଇଥିବା ଲୋକଙ୍କର ଠିକଣା କହିନାହିଁ । ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ମ୍ୟାରିଲାଣ୍ଡସ୍ଥିତ ଏକ କାରଖାନାରେ ଗୁଳିମାଡ଼ ହୋଇଥିଲା । ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା । ଜଣେ ବ୍ୟକ୍ତି ଗୁରୁତର ହୋଇଥିଲା ।

Leave a comment