ଘରର ଏହି ଜାଗାରେ ଭୁଲରେ ବି ରଖନ୍ତୁ ନାହିଁ ଜୋତା ଚପଲ, ନହେଲେ ଆସିଥାଏ ଦରିଦ୍ରତା

0

ବାସ୍ତୁଶାସ୍ତ୍ର ଅନୁସାରେ ଘରର ସବୁ ବସ୍ତୁର ରଖିବାର ଏକ ନିର୍ଦିଷ୍ଟ ସ୍ଥାନ ଥାଏ । ସବୁ ବସ୍ତୁର କିଛି ନା କିଛି ନକରାତ୍ମକ ଓ ସକାରାତ୍ମକ ପ୍ରଭାବ ବି ଥାଏ । ସେଥିପାଇଁ ଘରର ସବୁ ବସ୍ତୁକୁ ତାଙ୍କର ନିଜ ସ୍ଥାନରେ ରଖିବା ଉଚିତ । ନଚେତ ତାର କୁ ପ୍ରଭାବ ଘରର ସଦସ୍ୟଙ୍କ ଉପରେ ପଡିଥାଏ । ଯେଉଁ ବସ୍ତୁ ଗୁଡିକ ପଞ୍ଚତତ୍ଵ ସହ ସମ୍ପର୍କ ଅଛି ସେହି ବସ୍ତୁ ଅର୍ଥାତ ଜଳ, ଅଗ୍ନି ଓ ବାୟୁ ସହ ଜଡିତ ବସ୍ତୁକୁ କେବେ Qwq1ବି ଭୁଲ ଜାଗାରେ ରଖନ୍ତୁ ନାହିଁ । ତେବେ ଆଜି ଆସନ୍ତୁ ଜାଣିବା ଜୋତା ଓ ଚପଲ ରଖିବାର ସଠିକ ସ୍ଥାନ ବିଷୟରେ ।

୧:ବାସ୍ତୁ ଅନୁସାରେ ଯେଉଁ ଘରେ ଜୋତା ଚପଲ ଏପଟ ସେପଟ ହୋଇ ପଡିଥାଏ ସେହି ଘରେ ଶନିଙ୍କ ଖରାପ ପ୍ରଭାବ ପଡିଥାଏ କାହିଁକି ନା ଶନିଙ୍କୁ ଗୋଡର କାରକ କୁହାଯାଏ । ଏଥିପାଇଁ ଗୋଡରେ ପିନ୍ଧିବା ଜିନିଷକୁ ସଠିକ ଜାଗାରେ ରଖିବା ଉଚିତ । ଶନି ଅନୁଶାସନ ପ୍ରିୟ ଦେବତା ଅଟନ୍ତି । ସେଥିପାଇଁ ଘରେ ଜୋତା ଚପଲକୁ ସଠିକ ଜାଗାରେ ରଖିବା ଉଚିତ ।

୨: ଘରର ବାହାରେ ଅବ୍ୟବସ୍ଥିତ ଭାବରେ ପଡିଥିବା ଜୋତା ଚପଲ ନକରାତ୍ମକ ବାତାବରଣ ସୃଷ୍ଟି କରିଥାଏ । ଏହା ସହ ଓଲଟା ହୋଇ ପଡିଥିବା ଜୋତା ଚପଲ ବ୍ୟକ୍ତି ପାଇଁ ଅଶୁଭ ହୋଇଥାଏ । ଏଥିପାଇଁ ଜୋତା ଚପଲକୁ ସବୁ ବେଳେ ସିଧା ଓ ସଜାଡି ରଖନ୍ତୁ ।
୩: ଘରେ ଥିବା ପୁରୁଣା ଜୋତା ଚପଲକୁ ଘର ଭିତରେ ରଖନ୍ତୁ ନାହିଁ । ଯଦି କୌଣସି ପୁରୁଣା ଚପଲକୁ ବ୍ୟବହାର କରୁ ନାହାନ୍ତି ତେବେ ଏହାକୁ ଗରିବ ଲୋକଙ୍କୁ ଦାନ କରିଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କ ଉପରେ ଶନିଦେବତାଙ୍କର କୃପା ରହିବ । ପୁରୁଣା ଜୋତା ଚପଲକୁ ଘରେ ରଖିଲେ ନକରାତ୍ମକ ପ୍ରଭାବ ପଡିଥାଏ ।

Leave a comment