ନବୀନ ବାବୁ କିଛି କରନ୍ତିନି କି ଜାଣନ୍ତିନି, ସବୁ ତାଙ୍କ ଅଫିସର କରନ୍ତି: ଶିବରାଜ ଚୌହ୍ୱାନ

0

ଜଗତସିଂହପୁର ସଭାରେ ନବୀନ ସରକାରକୁ ଧୋଇଲେ ଶିବରାଜ । ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନଙ୍କ କଟୁକ୍ତି । ନବୀନ ବାବୁ କିଛି କରନ୍ତିନି କି ଜାଣନ୍ତିନି କହିଲେ ଶିବରାଜ । ନବୀନ ବାବୁ କିଛି କରନ୍ତିନି କି ଜାଣନ୍ତିନି, ସବୁ ତାଙ୍କ ଅଫିସର କରନ୍ତି । ବେଲଗାମ ଅଫିସର ଓଡିଶାକୁ ଭ୍ରଷ୍ଟାଚାରରେ ବୁଡାଇ ଦେଲେଣି ।

ଓଡିଶାକୁ ଆକଣ୍ଠ ଭ୍ରଷ୍ଟାଚାରରେ ବୁଡାଇ ଦେଲେଣି ନବୀନ ବାବୁ । ମହିଳା ଅତ୍ୟାଚାର ବଢି ଚାଲିଛି, ମା ଭଉଣୀ ଏଠାରେ ସୁରକ୍ଷିତ ନୁହଁନ୍ତି । ମହିଳା ଅତ୍ୟାଚାରରେ ଓଡିଶା ନାଁ ଅଗ୍ରଣୀ ରାଜ୍ୟ ମଧ୍ୟରେ ଆସୁଛି । ଓଡିଶାକୁ କେଉଁଠି ପହଞ୍ଚାଇ ଦେଲେଣି, ଏଥିପାଇଁ ଆପଣଙ୍କୁ ଲାଜ ଲାଗୁନି ।

ଓଡିଶାର ବିକାଶ ପାଇଁ ଗତ ୯ ବର୍ଷରେ ମୋଦି ୧୮ ଲକ୍ଷ କୋଟି ଦେଲେଣି । ଏଠାରେ ନବୀନ କଣ କରୁଛନ୍ତି, ମୋଦି ଦେଉଥିବା ଅର୍ଥରେ ଠପ୍ପା ଲଗାଉଛନ୍ତି । ଓଡିଶାର ବିକାଶ ପାଇଁ ମୋଦି ଦେଉଛନ୍ତି, ଏ ଏଠି ବସି କେବଳ ବ୍ରାଣ୍ଡିଂ କରୁଛନ୍ତି । ମୋଦି ଖାଦ୍ୟ ସାମଗ୍ରୀ ଦେଉଛନ୍ତି, ନବୀନ ବସ୍ତାରେ ପୂରାଇ ଫଟୋ ଛାପୁଛନ୍ତି । ଓଡିଶାରେ ବିଜେପି ସରକାର ଥିଲେ, ଓଡିଶା ଦେଶରେ ନଂ୧ ହୁଅନ୍ତାଣି । ଓଡିଶା ଯଦି ଆଜି ପଛୁଆ, ତେବେ କେବଳ ବିଜେଡି ସରକାର ପାଇଁ ।

Leave a comment