ଆଜିଠୁ ଶିବକୁ ରିମାଣ୍ଡରେ ନେବ ପୁଲିସ୍

0

ସାଲେପୁର : କଟକ ଜିଲ୍ଲା ମାହାଙ୍ଗା ଥାନା କୁସୁପୁର ଗଣହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶିବ ସାହୁକୁ ଆଜିଠୁ ରିମାଣ୍ଡରେ ନେବ ପୁଲିସ୍‌ । ଆଜିଠୁ ୩ ଦିନିଆ ରିମାଣ୍ଡରେ ନେଇ ଶିବକୁ ଘାଣ୍ଟିବ ପୁଲିସ୍‌। ଶିବକୁ ୫ ଦିନ ପାଇଁ ରିମାଣ୍ଡରେ ନେବାକୁ ପୁଲିସ୍‌ ଆବେଦନ କରିଥିଲା । ତେବେ ସାଲେପୁର JMFC କୋର୍ଟ ୩ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି । ଏହି ରିମାଣ୍ଡ ଅବଧି ମଧ୍ୟରେ ପୁଲିସ୍‌ ଶିବ ସାହୁକୁ ଧରି କ୍ରାଇମ ସିନ୍ ରିକ୍ରିଏସନ୍ କରିପାରେ ।

ପାଞ୍ଚ ପାଞ୍ଚ ଜଣ ବ୍ୟକ୍ତିଙ୍କୁ ବନ୍ଦ ଘରେ କେମିତି ଏକୁଟିଆ ହତ୍ୟା କଲା ସାନ ଭାଇ ଶିବ ? ୫ ଜଣଙ୍କୁ ନୃଶଂସ ଭାବେ ହାଣିବା ସତ୍ତ୍ୱେ, ଶିବ ଦେହରେ ଟିକିଏ ବି ରକ୍ତ ଲାଗିଲାନି କେମିତି ? ପ୍ରଥମେ କୌଣସି ନିଶାଦ୍ରବ୍ୟ ପ୍ରୟୋଗ କରିବା ପରେ ହତ୍ୟାକାଣ୍ଡ ଭିଆଇଛି କି ଶିବ ? ଏଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜିବାକୁ ପୁଲିସ୍ ଚେଷ୍ଟା କରିବ ।

Leave a comment