ସୋର ବ୍ଲକ ସମୁଦ୍ରକୂଳ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରିବାରେ ପ୍ରଶାସନକୁ ସହଯୋଗ କଲେ ବିଜେଡ଼ି ନେତା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଉତ୍ତର ଓଡ଼ିଶା ଜୋନ ବିଜୁ ଯୁବଜନତା ସଭାପତି (ବାଲେଶ୍ବର ଜୋନ) ଜୟରାମ ଦାସ(ନେପୁ)ଙ୍କ ନେତୃତ୍ୱରେ ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ସୋର ବ୍ଲକ ଅନନ୍ତପୁର ଗ୍ରାମ ପଞ୍ଚାୟତ ତଥା ସମୂଦ୍ରକୂଳ ଅଞ୍ଚଳରେ ପ୍ରପୀଡ଼ିତ ଜନତାଙ୍କୁ ସ୍ଥାନାନ୍ତର କରିବା, ସେମାନଙ୍କ ଖାଦ୍ୟ ଓ ରହିବା ବ୍ୟବସ୍ଥାରେ ପ୍ରଶାସନକୁ ସହଯୋଗ କରିବା କାର୍ଯ୍ୟରେ ସାଂସଦ ମଞ୍ଜୁଳାତା ମଣ୍ଡଳ, ବିଧାୟକ ପର୍ଶୁରାମ ଧଡା ଓ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଏବଂ ଜିଲ୍ଲା ପରିଷଦ ସଦସ୍ୟା ନୀରଦ ପ୍ରବା ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ । ବିଜୁ ଯୁବଜନତା ଦଳର ସଦସ୍ୟ ମାନେ ସ୍ଥାନାନ୍ତର ପ୍ରକ୍ରିୟାରେ ସହଯୋଗ କରିଥିଲେ । ସୋର ତହସିଲଦାର ଅଶୋକ ଦାସ, ବିଡିଓ ସୁଶାନ୍ତ ବାରିକ ପ୍ରମୁଖ ଯୋଗ ଦେଇଥିଲେ । ଉତ୍ତର ଓଡ଼ିଶାରେ ଭୋଗରାଇ ଓ ବାଲିଆପାଳ ବ୍ଲକରେ ମଧ୍ୟ ବିଜୁ ଯୁବ ଜନତା କର୍ମକର୍ତ୍ତା ମାନେ ସହଯୋଗ ପ୍ରକ୍ରିୟା ଜାରି ରଖିଛନ୍ତି ।

Leave a comment