ଶିଲା ଦୀକ୍ଷିତଙ୍କ ଦେହାନ୍ତ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଭୀର ଦୁଃଖ ପ୍ରକାଶ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ଶୀଲା ଦୀକ୍ଷିତଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା । ଅପରାହ୍ନ ୩ଟା ୩୦ ମିନିଟରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଏହାପୂର୍ବରୁ ଶୀଲା ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ସହ ଚିକିତ୍ସିତ ହେଉଥିଲେ । ତେବେ ଆଜି ହୃଦଘାତ କାରଣରୁ ଦେହାନ୍ତ ଘଟିଛି । ଶୀଲା ଦୀକ୍ଷିତଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ସୂଚନା ଅନୁଯାୟୀ, ୧୯୩୮ ମସିହା ୩୧ ମାର୍ଚ୍ଚ ମାସ ପଞ୍ଜାବର କୁରତାଲାଠାରେ ଜନ୍ମ ଗ୍ରହଣ କରିଥିଲେ ଶୀଲା ଦୀକ୍ଷିତ । ସେ ପ୍ରଥମ ଥର କନ୍ନୌଜରୁ ଲୋକସଭା ସାଂସଦ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ । ସେ ୩ ଥର ବା ସବୁଠାରୁ ଅଧିକ ସମୟ ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇ ଥିଲେ । ଦିଲ୍ଲୀ ବିଧାନସଭା ନିର୍ବାଚନରେ ପରାଜିତ ହେବା ପରେ ୨୦୧୪ ମସିହାରେ କେରଳର ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇଥିଲେ ଶୀଲା । ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସର ଲୋକସଭା ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ ପରାଜୟର ସାମ୍ନା କରିଥିଲେ ଶୀଲା ।

Leave a comment