ମାନସକୁ ଅପହରଣ ପରେ ହତ୍ୟା କରିଥିବା ଦୋଷ ମାନିଲା ଶର୍ମିଷ୍ଠା

0

ଭୁବନେଶ୍ଵର : ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ଵାଇଁ ହତ୍ୟା ଘଟଣାରେ ଶେଷରେ ଦୋଷ ମାନିଛି ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା। କ୍ରାଇମବ୍ରାଞ୍ଚର ଜେରା ବେଳେ ସତ ଓଗାଳିଛି ଅଭିଯୁକ୍ତ ଶର୍ମିଷ୍ଠା। ଏ ନେଇ ଶୁକ୍ରବାର ସୂଚନା ଦେଇଛି କ୍ରାଇମବ୍ରାଞ୍ଚ। ତଦନ୍ତ ବେଳେ ଅପହରଣ ଏବଂ ହତ୍ୟା କଥା ସ୍ଵୀକାର କରିଛି ଶର୍ମିଷ୍ଠା।

କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଗିରଫ ପରେ ସାମ୍ନାକୁ ଆସୁଛି ବିସ୍ଫୋରକ ତଥ୍ୟ। ଆଜି ବିଭିନ୍ନ କ୍ରାଇମ ସ୍ପଟ୍‌ରେ ଡେମୋ ଦେଖାଇଛି ଶର୍ମିଷ୍ଠା । ନୟାଗଡ଼ ରଣପୁରରେ ମାନସଙ୍କ ମୃତଦେହ ପୋତା ଯାଇଥିବା ସ୍ଥାନରେ ସିନ୍‌ ରିକ୍ରିଏସନ ହୋଇଛି। ରଣପୁରର ବଧିପାଟଣା ଜଙ୍ଗଲକୁ ନେଇ ଡେମୋ ଦେଖାଇଛି ଶର୍ମିଷ୍ଠା । ଆଜି ପ୍ରଥମେ ଚାନ୍ଦବାଲିର ପଳାଶପୁର ଓ ପରେ ଭୁବନେଶ୍ୱରର ଦୟାଲ ଆଶ୍ରମରେ ଡେମୋ ଦେଖାଇଥିଲା ଶର୍ମିଷ୍ଠା। କେମିତି ମାନସଙ୍କୁ ହତ୍ୟା କରାଯାଇଥିଲା ତାର ଡେମୋ ଦେଖାଇଛି । କିଡ୍‌ନାପ୍‌ ଠାରୁ ମର୍ଡର ସ୍ପଟ୍‌ରେ ପହଞ୍ଚି ଡେମୋ ଦେଖାଇଥିଲେ ଶର୍ମିଷ୍ଠା। ପଳାଶପୁରରୁ ଦୟାଲ ଆଶ୍ରମ, ରଣପୁରରେ କ୍ରାଇମ୍‌ ସିନ୍‌ ରିକ୍ରିଏସନ୍‌ କରିଥିଲେ। ଶର୍ମିଷ୍ଠାଙ୍କ ସମେତ ୪ ଜଣଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିଛି କ୍ରାଇମ୍‌ବ୍ରାଞ୍ଚ ।

Leave a comment