ଆପଣଙ୍କ ଜନ୍ମକୁଣ୍ଡଳୀରେ ଶନି ମହାଦଶା ରହିଛି କି ? ଏଭଳି କରନ୍ତୁ ଶନି ମହାଦେବଙ୍କ ପୂଜା
ଯେଉଁମାନଙ୍କ ଜନ୍ମକୁଣ୍ଡଳୀରେ ଶନି ମହାଦଶା ଭୋଗ ହେଉଛି, ବ୍ୟସ୍ତ ବିବ୍ରତ ନ ହୋଇ ଆପଣ ଏହି ପ୍ରତିକାର କରିନିଅନ୍ତୁ ।
-ଶନି ମହାଦେବଙ୍କୁ କଞ୍ଚାକ୍ଷୀର ସହ ରାଶି ମିଶାଇ ଅଭିଷେକ କରନ୍ତୁ ।
-ହନୁମାନ ଚାଲିଶା ପ୍ରତି ଶନିବାର ପଢନ୍ତୁ ।
-ଶରୀରରେ ଶୋରିଷ ତେଲ ଲଗାଇ ସ୍ନାନ କରନ୍ତୁ।
-ଏହା ସହ କଳା ଷଣ୍ଢ କୁ ଖାଦ୍ୟ ଦିଅନ୍ତୁ । ଦେଖିବେ, ନିଶ୍ଚିତ ଫଳପ୍ରଦ ହେବ ।
ମନେ ରଖନ୍ତୁ, ନପୁଂସକ ଗ୍ରହ ଶନି, ପ୍ରାତଃ ଓ ସାୟଂକାଳରେ ବିଶେଷ ପ୍ରଭାବଶାଳୀ ହୋଇଥାଏ। ଶନି ମହାଗ୍ରହ ଅଶୁଭ ହେଲେ ଗୃହପାଳିତ ପଶୁ ମରିଯାଆନ୍ତି। ପରିବାରରେ ଅପମୃତ୍ୟୁ ହୁଏ। ନିଜ ଜାତକର ଦୁର୍ଘଟଣା ଓ ଅର୍ଥହାନୀ ହୁଏ। ଶନି ମହାଦଶାର ଶେଷରେ ଶୁଭରେ ଥିଲେ ଶୁଭଫଳ ବହୁତ ମିଳିଥାଏ।
ଶନି ମହାଗ୍ରହଙ୍କର ଧ୍ୟାନ:
ନୀଳାମ୍ୱର ଶୂଳଧର କିରାଟୀ
ଗୃଧ୍ରସ୍ଥିତଃ ତ୍ରାସକର ଧନୁଷ୍ମାନ୍।
ଚତୁର୍ଭୁଜଃ ସୂର୍ଯ୍ୟତନୟଃ ପ୍ରଶାନ୍ତଃ
ସଦାସ୍ତୁ ମହ୍ୟଂ ବରୋଦ ଶନୈଃଗାମୀ।।
ପୁରାଣୋକ୍ତ ମନ୍ତ୍ର:
ନୀଳାଞ୍ଜନ ସମାଭାସଂ ସୂର୍ଯ୍ୟପୁତ୍ରଂ ଯମାଗ୍ରଜଂ।
ଚ୍ଛାୟା ମାର୍ତ୍ତଣ୍ଡଂ ସଂଭୂତଂ ତଂ ନମାମି ଶନୈଶ୍ଚରମ୍।।
ବୈଦିକ ମନ୍ତ୍ର:
ଓଁ ଶନ୍ନୋ ଦେବୀରଭିଷ୍ଟୟ ଅପଃ ଭବନ୍ତୁ।
ପ୍ରୀତୟେ ସଯୋରଭି ସ୍ରବନ୍ତୁ ନଃ।।
ତନ୍ତ୍ରୋକ୍ତ ମନ୍ତ୍ର:
ଓଁ ପ୍ରାଂ ପ୍ରାଂ ପ୍ରୌ ଶନୟେ ନମଃ
ଶନି ଗାୟତ୍ରୀ ମନ୍ତ୍ର:
ଓଁ ଭଗଭବାୟ ବିଦମହେ ମୃତ୍ୟୁରୂପାୟ ଧୀମହି
ତନ୍ନୋ ସୌରିଃ ପ୍ରଚୋଦୟାତ୍।।