୨୭ ଦିନରେ ରୁଷ-ୟୁକ୍ରେନ ଯୁଦ୍ଧ: ମସ୍କୋ ଉପରେ ଚାପ ପକାଉଛି ୟୁକ୍ରେନ

0

ନୂଆଦିଲ୍ଲୀ : ଯୁଦ୍ଧର ୨୭ ଦିନରେ ରୁଷ୍ର ଘନ ଘନ ଆକ୍ରମଣ। ୟୁକ୍ରେନ୍ର ବିଭିନ୍ନ ସହରରେ ବୋମା ବର୍ଷା ଜାରି ରଖିଛି ପୁଟିନ୍ ସେନା । ୟୁକ୍ରେନ୍ ମଧ୍ୟ ଜବାବୀ ହମ୍ଲା କରୁଛି । ଯୁଦ୍ଧ ଘମାଘୋଟ ମଧ୍ୟରେ ଶାନ୍ତିର ରାସ୍ତା ଖୋଜା ଚାଲିଛି । ଯୁଦ୍ଧ ବନ୍ଦ କରିବାକୁ ପୁଣି ଥରେ ଆଲୋଚନାର ପ୍ରସ୍ତାବ ଦେଇଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ସକି । ରୁଷ୍ ସହ ସମସ୍ତ ବ୍ୟବସାୟ ବନ୍ଦ କରିବାକୁ ୟୁରୋପକୁ ଆହ୍ଵାନ କରିଛନ୍ତି ଜେଲେନ୍ସକି ।
ଯୁଦ୍ଧ ବିରାମ ଲଗାଇବାକୁ ମସ୍କୋ ଉପରେ ଚାପ ପକାଇବାକୁ ପ୍ରୟାସ ଆରମ୍ଭ କରିଛି ୟୁକ୍ରେନ୍। ମାରୁୟୁପୋଲରେ ମାନବିକ ସାମଗ୍ରୀ ଯୋଗାଇବା ଏବଂ ସାଧାରଣ ନାଗରିକଙ୍କୁ ଛାଡିବାକୁ ରୁଷକୁ ଆବେଦନ କରିଛି ୟୁକ୍ରେନ୍‌ । ସାଧାରଣ ନାଗରିକଙ୍କ ପାଇଁ ମାନବୀୟ କରିଡର ଖୋଲିବାକୁ ଦାବି କରିଛି ।

Leave a comment