ପୁରୁଣାଭୁବନେଶ୍ୱର ରଥରୋଡରେ ହେଉଥିଲା ଦେହ ବେପାର

0

ଓଡିଶା ଫାଷ୍ଟ( ବ୍ୟୁରୋ):ବାଂଲାଦେଶର ଓଡିଶାକୁ ମେଲିଛି ସେକ୍ସ ର଼୍ୟାକେଟ ଚେର। ମଙ୍ଗଳବାର ବାଂଲାଦେଶୀ ଦମ୍ପତି ଅଞ୍ଜଳି ଦିଦି ଓ ତାଙ୍କ ସ୍ବାମୀ ସେକ୍‌ ଇବ୍ରାହିମ୍‌ ଖାନ୍‌ଙ୍କୁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍ ଗିରଫ କରିବା ପରେ ପୁରା ଘଟଣାର ପର୍ଦ୍ଦାଫସ ହୋଇଥିଲା । ଏଥିସହ ସେମାନେ ନିୟୋଜିତ କରିଥିବା 6 ଜଣ ରୂପଜୀବୀଙ୍କୁ ଧରି ରାକେଟର ଚେର ଖୋଜୁଛି। ସୂଚନା ଅନୁସାରେ, ସେକ୍ସ ରାକେଟର କିଙ୍ଗ୍‌ପିନ୍‌ ଅଞ୍ଜଳି ଓ ଇବ୍ରାହିମ୍‌ଙ୍କ ସମ୍ପର୍କରେ ସୁରାକ ମିଳିବା ପରେ ତାଙ୍କୁ ଧରିବାକୁ ଯୋଜନା କରିଥିଲା ଏସ୍‌ଟିଏଫ୍‌। ଏକ ସ୍ବତନ୍ତ୍ର ଟିମ୍‌ ମଙ୍ଗଳବାର ପିପିଲି ନିକଟରେ ଚଢ଼ଉ କରି ସେମାନଙ୍କୁ ଧରିବାପରେ ଏସ୍‌ଟିଏଫ୍‌ କାର୍ଯ୍ୟାଳୟକୁ ଅଣାଯାଇ ପଚରାଉଚରା କରାଯାଇଥିଲା। ସେମାନେ ବାଂଲାଦେଶରୁ ଏକାଧିକ ଯୁବତୀଙ୍କୁ ଆଣି ଏଠାରେ ଦେହ ବ୍ୟବସାୟରେ ଲଗାଉଥିଲେ। ପୁରୁଣା ଭୁବନେଶ୍ୱର ରଥରୋଡ଼୍‌ରେ ଏକ ଘର ଭଡ଼ା ନେଇ ରୂପଜୀବୀମାନେ ରହୁଥିବା ସେମାନେ କହିବା ପରେ ଏସ୍‌ଟିଏଫ୍‌ ଟିମ୍‌ ସନ୍ଧ୍ୟା ପ୍ରାୟ 5ଟାରେ ସେଠାରେ ଚଢଉ କରି 6ଜଣ ଯୁବତୀଙ୍କୁ ଧରିଥିଲା। ଉକ୍ତ ଘରୁ ଏସ୍‌ଟିଏଫ୍‌ ଟିମ୍‌ କିଛି ଆପତ୍ତିଜନକ ସାମଗ୍ରୀ ଜବତ କରିବା ସହ ଘରକୁ ସିଲ୍‌ କରିଛି। ଏନେଇ ଘର ମାଲିକ ବିଷ୍ଣୁପ୍ରିୟା ପଣ୍ଡା କହିଛନ୍ତି, ସେମାନେ 3 ମାସ ହେବ ଘର ଭଡ଼ାନେଇଥିଲେ। ଜଣେ ନର୍ସିଂ ଓ ଅନ୍ୟଜଣେ ଟେଲରିଂ କରୁଥିବା କହି ରହିଥିଲେ। ସେମାନେ ବାଂଲାଦେଶୀ କି ଅଣଓଡ଼ିଆ ସେନେଇ କିଛି ଜାଣିପାରି ନଥିଲେ। ସେମାନେ ମଧ୍ୟ କୌଣସି ପ୍ରମାଣପତ୍ର ଦେଇ ନ ଥିଲେ। ଅନ୍ୟମାନଙ୍କ ସମ୍ପର୍କରେ କିଛି ଜାଣି ନ ଥିବା ରହିବା ପରଠୁ ମଧ୍ୟ ସେମାନଙ୍କୁ କୌଣସି ପ୍ରମାଣପତ୍ର ମଗାଯାଇ ନ ଥିଲା ବୋଲି ସେ କହିଛନ୍ତି

Leave a comment