ରାହୁଲ ଙ୍କ ହାତ ଧରିବେ ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାମ୍ବାଦିକ ଭାବରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ ଏବେ ରାଜନୀତିରେ ପାଦ ଥାପିବାକୁ ଯାଉଛନ୍ତି।

ସୂଚନା ଅନୁଯାୟୀ, ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ ଖୁବ୍ ଶୀଘ୍ର କଂଗ୍ରେସରେ ଯୋଗଦେବେ। ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂଙ୍କ ଆଗାମୀ ଓଡ଼ିଶା ଗସ୍ତ ସମୟରେ ସେ ବିଧିବଦ୍ଧ ଭାବେ ଦଳରେ ଯୋଗଦେବେ ବୋଲି ଜଣାପଡ଼ିଛି । ଓଡ଼ିଆ ଟେଲିଭିଜନ ଖବର ଜଗତରେ ନିଜ ସ୍ପଷ୍ଟ ବାଦିତା ପାଇଁ ଓଡ଼ିଶା ବାସୀଙ୍କ ଜନମାନସରେ ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। କଂଗ୍ରେସରେ ଯୋଗଦାନ ପରେ ସତ୍ୟପ୍ରକାଶ ଙ୍କୁ ମିଡ଼ିଆ ଦାୟିତ୍ୱ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି।

ଆସନ୍ତା ୧୫ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଜିତେନ୍ଦ୍ର ସିଂଙ୍କ ଓଡ଼ିଶା ଗସ୍ତରେ ରହୁଥିବାରୁ ସେହି ସମୟରେ ସତ୍ୟପ୍ରକାଶ ଦଳରେ ଯୋଗଦେବାର ସମ୍ଭାବନା ଅଛି । କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ନିଜେ ସତ୍ୟପ୍ରକାଶଙ୍କୁ ଦଳରେ ସାମିଲ କରିବାକୁ ଆଗ୍ରହ ପ୍ରକାଶ କରିଥିବା କଂଗ୍ରେସର ବରିଷ୍ଠ ନେତା ମାନେ ଆଲୋଚନା କରୁଥିବା ସୂଚନା ମିଳିଛି। କିନ୍ତୁ ଏ ସମ୍ପର୍କରେ କିଛି କହିବାକୁ ମନା କରିଛନ୍ତି ସତ୍ୟପ୍ରକାଶ ।

Leave a comment