ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବରିଷ୍ଠ ସାମ୍ବାଦିକ ତଥା ‘ନିର୍ଭୟ’ର ସମ୍ପାଦକ ନବୀନ ଦାସଙ୍କ ପୁଅ ମନିଷ ଅନୁରାଗର ମୃତ ଦେହ ଭୁବନେଶ୍ୱର ଉପକଣ୍ଠ ପାତ୍ରପଡାର ଏକ ପୋଖରୀରୁ ଉଦ୍ଧାର କରାଯାଇଛି । ଅପହରଣ ପରେ ତାଙ୍କୁ କେହି ହତ୍ୟା କରି ସେଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ତମାଣ୍ଡୋ ପୋଲିସ ଓ ସ୍ପେଶାଲ ସ୍କ୍ୱାଡ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ଶ୍ରୀବିହାରରେ ରହୁଥିବା ମନିଷ ଇନଫୋସିଟି ଥାନା ଅଂଚଳରେ ଥିବା ଏକ ସଂସ୍ଥାରେ ଚାକିରି କରନ୍ତି । ସବୁଦିନ ପରି ଗତାକାଲି ମଧ୍ୟ କାର ଯୋଗେ ଅଫିସ ଯାଇଥିଲେ । ହେଲେ ଆଉ ଘରକୁ ଫେରିନଥିଲେ । ଆଜି ଅପରାହ୍ନରେ ଭୁବନେଶ୍ୱର ଉପକଣ୍ଠ ପାତ୍ରପଡା ନିକଟସ୍ଥ ଏକ ପୋଖରୀରୁ ତାଙ୍କର ମୃତ ଦେହ ଭାସୁଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକ ଦେଖି ପୋଲିସକୁ ଅବଗତ କରିଥିଲେ । ତେବେ ସେ ସେଠାକୁ କେମିତି ଗଲେ, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କେହି ତାଙ୍କୁ ଅପହରଣ କରିବା ପରେ ହତ୍ୟା କରିଥିବା ସନ୍ଦେହ କରାଯାଉଛି ।
ଗତକାଲି କିଛି ଯୁବକ ତାଙ୍କୁ ଅପହରଣ କରି ମାଡ ମାରିଥିବା ନେଇ ସେ ଘରକୁ ଫୋନ କରି ଜଣାଇଥିଲେ । ବିଳମ୍ବିତ ରାତି ଯାଏ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ଥାନାରେ ଏକ ନିଖୋଜ ଅଭିଯୋଗ କରିଥିଲେ । ଘଟଣା ପଛରେ କିଛି ବଡ ଷଡଯନ୍ତ୍ର ଥିବା ସନ୍ଦେହ କରାଯାଉଛି ।