ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକ ପରବର୍ତ୍ତୀ ପିସିସି ମୁଖ୍ୟ !

0

ନୂଆଦିଲ୍ଲୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପରବର୍ତ୍ତୀ ସଭାପତି ଲାଗି ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକଙ୍କ ନାମ ସୁପାରିସ ହୋଇଥିବା ଜଣାପଡ଼ିଛି। ଅଖିଳ ଭାରତ କଂଗ୍ରେସ କମିଟିର ସାଧରଣ ସମ୍ପାଦକ (ସଂଗଠନ) କେ.ସି. ଭେନୁଗୋପାଳ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନୂତନ ସଭାପତି ଘୋଷଣା ଲାଗି ଶ୍ରୀ ପଟ୍ଟନାୟକଙ୍କ ନାମ ଅନୁମୋଦନ ନିମନ୍ତେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ଫାଇଲ ପଠାଇଛନ୍ତି। କଂଗ୍ରେସ ହାଇକମାଣ୍ଡଙ୍କ ଅନୁମୋଦନ ପରେ ତାଙ୍କ ନାମ ଖୁବ୍ଶୀଘ୍ର ଘୋଷଣା କରାଯିବ।

କଂଗ୍ରେସ ସୂତ୍ର ଅନୁସାରେ ଯେକୌଣସି ସମୟରେ ଓଡ଼ିଶା କଂଗ୍ରେସର ନୂଆ ମଙ୍ଗୁଆଳ ନାମ ଘୋଷଣା ହୋଇପାରେ। ଯଦିଓ ରାହୁଳ ଗାନ୍ଧୀଙ୍କ ସହ ନିଜେ କଂଗ୍ରେସ ସାଧାରଣ ସମ୍ପାଦକ ଭେନୁଗୋପାଳ ଆଲୋଚନା କରି ଅନୁମୋଦନ ଫାଇଲ ପଠାଇଥିବା ବିଷୟରେ କୁହାଯାଉଛି ତଥାପି ହୁଏତ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓଡ଼ିଶା ପିସିସି ସଭାପତି ନିଯୁକ୍ତି ବିଷୟରେ ନିଷ୍ପତ୍ତି ନେବା ପୂର୍ବରୁ ରାହୁଳଙ୍କ ମତାମତ ଜାଣିବା ନିମନ୍ତେ ସେ ସ୍ୱଦେଶ ଫେରିବାକୁ ଅପେକ୍ଷା କରିପାରନ୍ତି। ସମ୍ପ୍ରତି ରାହୁଳ ଗାନ୍ଧୀ ଲଣ୍ଡନ ଗସ୍ତରେ ରହିଥିବାରୁ ନୂତନ ପିସିସି ନାମ ଘୋଷଣାରେ ସାମାନ୍ୟ ବିଳମ୍ବ ଘଟୁଛି ବୋଲି କଂଗ୍ରେସ ମହଲରେ ଚର୍ଚ୍ଚା ହେଉଛି।

ଯଦି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବେ ଶରତ ପଟ୍ଟନାୟକଙ୍କ ନାମ ଘୋଷଣା ହୁଏ ତେବେ ସେ ଦ୍ୱିତୀୟ ଥର ଲାଗି ରାଜ୍ୟ କଂଗ୍ରେସର ମଙ୍ଗ ଧରିବେ। ବଲାଙ୍ଗୀରର ପୂର୍ବତନ ଲୋକସଭା ସଦସ୍ୟ ଶରତ ପଟ୍ଟନାୟକ ୨୦୦୧ ଅକ୍ଟୋବରରୁ ୨୦୦୪ ଜାନୁଆରୀ ପର୍ଯ୍ୟନ୍ତ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଦାୟିତ୍ୱ ତୁଲାଇଥିଲେ। ଦୀର୍ଘ ୧୮ ବର୍ଷ ପରେ ସେ ପୁଣି ଥରେ ପିସିସି ସଭାପତି ଦାୟିତ୍ୱ ଗ୍ରହଣ କରିବେ।

Leave a comment

You cannot copy content of this page