ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି

ବ୍ରହ୍ମପୁର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ବରିଷ୍ଠ କିରାଣି ମନୋଜ କୁମାର ପ୍ରଧାନ ଭିଜିଲାନ୍ସ କବଜାରେ । କେଶରାପଲ୍ଲୀ ୟୁପି ସ୍କୁଲର ଅବସର ପ୍ରାପ୍ତ ଶିକ୍ଷକ ନବଘନ ଗୌଡ଼ଙ୍କ ଠାରୁ 5000 ଟଙ୍କା ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ ।

ଏକାସାଙ୍ଗରେ ମନୋଜଙ୍କ ବାଣୀବିହାର ସ୍ଥିତ ଭଡ଼ାଘର, ଶଶୁରଙ୍କ ଘର ଓ କାର୍ଯ୍ୟାଳୟରେ ଏକ 10 ଜଣିଆ ଭିଜିଲାନ୍ସ ଟିମ ଚଢ଼ାଉ କରିଛି l ସୂଚନା ମୁତାବକ ଅବସରପ୍ରାପ୍ତ ଶିକ୍ଷକ ନବଘନ ଗୌଡ଼ଙ୍କ 30 ବର୍ଷିଆ ବେନିଫିଟ ସାର୍ଟିଫିକେଟ କରାଇ ଦେବା ପାଇଁ କିରାଣୀ 5000 ଟଙ୍କା ଦାବି କରୁଥିଲେ l