ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କୁ ଦାମଙ୍କ ଉପହାସ, ନବୀନ ପ୍ରଧାନମନ୍ତ୍ରୀ ହେଲେ, ସୂର୍ଯ୍ୟ ପାତ୍ର ହେବେ ପେଟ୍ରୋଲିୟମ ମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବରିଷ୍ଠ ବିଜେପି ନେତା ଦାମୋଦର ରାଉତଙ୍କ ଟାର୍ଗେଟ ରେ ମନ୍ତ୍ରୀ ସୂର୍ଯ୍ୟ ପାତ୍ର । ନିର୍ବାଚନୀ ଫଳାଫଳ ଘୋଷଣା ତାରିଖ ଯେତେ ନିକଟତର ହେଉଛି ରାଜନୈତିକ ଆକଳନ ସେତେ ଜୋର ଧରୁଛି । କେଉଁ ଦଳ କେତେ ସିଟ ପାଇବ । କିଏ ବହୁମତ ପାଇ ସରକାର ଗଠନ କରିବା ବା ନୂତନ ମେଣ୍ଟ ହେବ, ଏହି ପରି ଅନେକ ଚର୍ଚ୍ଚା ।

ସୂଚନା ଅନୁଯାୟୀ, ଆସନ୍ତା ୨୩ରେ ରାଜନେତାଙ୍କ ଭାଗ୍ୟ ପରୀକ୍ଷାର ଫଳାଫଳ ପ୍ରକାଶ ପାଇବ । ସମସ୍ତ ନେତାଙ୍କ ମନରେ ଛନକା, ପାସ ହେବେ ନା ଫେଲ । ଏହି ଟେନସନ ର ମହୋଲ ଭିତରେ ପୂର୍ବତନ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ମତ ପ୍ରକାଶ କରିଥିଲେ କି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ହେବ ଯୋଗ୍ୟ । ଯଦି ଦେଶରେ ମେଣ୍ଟ ସରକାର ଗଠନ ହୁଏ ତେବେ ଆଞ୍ଚଳିକ ଦଳର ସହଯୋଗର ଆବଶ୍ୟକତା ରହିବ । ତେଣୁ ଓଡିଶା ବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି । ଏହି ମାନ୍ତବ୍ୟ ରାଜନୈତିକ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଥିଲା ।

ପୂର୍ବତନ ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କ ଏହି ମନ୍ତବ୍ୟ ତାଙ୍କ ଚିରାଚରିତ ରାଜନୈତିକ ଶତ୍ରୁ ବରିଷ୍ଠ ବିଜେପି ନେତା ଦାମ ରାଉତଙ୍କୁ ଉପହାସର ଖୋରଗ ଯୋଗାଇଥିଲା । ଦମବାବୁ ଏପରି ମୌକାକୁ ବା କିପରି ହାତଛଡା କରିଥାନ୍ତେ । ସେ ସୂର୍ଯ୍ୟ ଙ୍କୁ ନିଶାନ କରି କହିଥିଲେ, ‘ ନବୀନ ବାବୁ ପ୍ରଧାନମନ୍ତ୍ରୀ ହେଲେ ସୂର୍ଯ୍ୟ ପାତ୍ର କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହେବେ ବୋଲି ଭାବୁଛନ୍ତି । ଆଉ ସେ ପେଟ୍ରୋଲିୟମ ମନ୍ତ୍ରୀ ହେଲେ ପାରାଦୀପ ତୈଳ ବିଶୋଧନାଗାରରୁ ଅନେକ ପଇସା ପାଇବେ ଆଉ ଓଡ଼ିଶାର ଭାଗ୍ୟ ଉଜ୍ଜ୍ୱଳ କରିବେ ବୋଲି କହି କଟାକ୍ଷ କରିଛନ୍ତି ଦାମ । ଏପରିକି ସୂର୍ଯ୍ୟଙ୍କୁ ଇତିହାସ ବିଷୟରେ ଜଣାନାହିଁ ବୋଲି କହିଛନ୍ତି ଦାମ ରାଉତ । କାରଣ ଯେତେବେଳେ ବିଜୁ ବାବୁଙ୍କୁ କେନ୍ଦ୍ରୀୟ ରାଜନୀତିରେ ତିଷ୍ଠିବାକୁ ବିରୋଧ କରାଗଲା ସେଠି ୨୧ଟି ଲୋକସଭା ଆସନ ବିଶିଷ୍ଟ ଓଡ଼ିଶାର ନେତାଙ୍କୁ କିଭଳି ପ୍ରଧାନମନ୍ତ୍ରୀ ପଦରେ ବସାଇବାକୁ ଦେବେ ବିରୋଧୀ ବୋଲି ପ୍ରଶ୍ନ କରିଛନ୍ତି ଦାମ । ଗତ ନିର୍ବାଚନରେ ୨୧ରୁ ୨୦ଟି ଲୋକସଭା ଆସନ ଜିତିଥିବା ବିଜେଡି ମୁଖିଆ ନବୀନ ବାବୁ ବିଗତ ୫ ବର୍ଷ ହେବ ସମଦୂରତା ଗୁଣଗାନ କରୁଥିଲେ କିନ୍ତୁ ଏବେ ସେହି ସ୍ୱର ବଦଳି ଗଲାଣି’ ।

ତେବେ ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ନେତାଙ୍କ ଏପରି ବୟାନବାଜି ରାଜନୈତିକ ମହଲକୁ ସରଗରମ କରିବା ସହ ସାଧାରଣରେ ଚର୍ଚ୍ଚାକୁ ଖୋରଗ ଯୋଗାଉଛି ।

Leave a comment