ଏୟାର ଇଣ୍ଡିଆ ପାଇଲଟ ଅରବିନ୍ଦ କାଠପାଲିଆଙ୍କ ଲାଇସେନ୍ସ ରଦ୍ଧ

ଓଡ଼ିଶା ଫାଷ୍ଟ(ବ୍ୟୁରୋ)- ମଦ୍ୟପାନ କରିବା ଅଭିଯୋଗରେ ଏୟାର ଇଣ୍ଡିଆର ଡାଇରେକ୍ଟର ଅଫ୍ ଅପରେଶନ୍ସ ତଥା ପାଇଲଟ ଅରବିନ୍ଦ କାଠପାଲିଆଙ୍କ ଲାଇସେନ୍ସକୁ ୩ ବର୍ଷ ପାଇଁ ରଦ୍ଧ କରାଯାଇଛି। ରବିବାର ବିମାନ ଉଡ଼ାଇବା ପୂର୍ବରୁ କାଠପାଲିଆଙ୍କ ମଦ୍ୟପାନ ଟେଷ୍ଟ କରାଯାଇଥିଲା। ଯେଉଁଥିରେ ସେ ମଦ୍ୟପାନ କରିଥିବା ଜଣାପଢିଥିଲା । ନିୟମ ଅନୁଯାୟୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଡିଜିସିଏ ପକ୍ଷରୁ ପ୍ରକାଶ କରାଯାଇଛି।
କାଠପାଲିଆ ମଦ୍ୟପାନ କରି ଧରାପଡିବା ଦ୍ୱିତୀୟ ଘଟଣା। ପ୍ରଥମଥର ଧରାପଡିବା ପରେ ତାଙ୍କର ଲାଇସେନ୍ସକୁ ୩ ମାସ ପାଇଁ ସସ୍ପେଣ୍ଡ କରାଯାଇଥିଲା। ତୃତୀୟଥର ମଦ୍ୟପାନ କରିଥିବା ଧରାପଡିଲେ କାଠପାଲିଆଙ୍କ ଲାଇସେନ୍ସକୁ ସମ୍ପୂର୍ଣ୍ଣ ବାତିଲ କରାଯିବ ବୋଲି ସୂଚନା ଦେଇଛି ଡିଜିସିଏ।
ସୂଚନାଯୋଗ୍ୟ, ଗତ ରବିବାର ନିୟୁ ଦିଲ୍ଲୀରୁ ଲଣ୍ଡନ ବିମାନ ଉଡାଇବା ସମୟରେ ଟେଷ୍ଟ ବେଳେ ପାଇଲଟ କାଠପାଲିଆ ମଦ୍ୟପାନ କରିଥିବା ଜଣାପଡ଼ିଥିଲା। ତେବେ ନିୟମାନୁସାରେ ଡିଜିସିଏ ପକ୍ଷରୁ ତାଙ୍କ ଲାଇସେନ୍ସ ୩ବର୍ଷ ପାଇଁ ରଦ୍ଧ କରିଦିଆଯାଇଛି।