ଫାଇନାଲରେ ଖେଳିବେ ଲକ୍ଷ୍ୟ ସେନ୍

ଅଲ୍‌ ଇଂଲଣ୍ଡ ବ୍ୟାଡମିଣ୍ଟନ୍ ଚାମ୍ପିଅନ୍‌ସିପ୍

0

ବର୍ମିଂହାମ୍: ଅଲ ଇଂଲଣ୍ଡ ଓପନ୍ ୨୦୨୨ର ଫାଇନାଲରେ ଖେଳିବେ ଲକ୍ଷ୍ୟ ସେନ୍ । ସେ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ଲି ଜି ଜିଆଙ୍କୁ ପରାସ୍ତ କରି ୫ମ ଭରତୀୟ ଭାବେ ଫାଇନାଲରେ ପ୍ରବେଶ କରିଛନ୍ତି । ଗତ ୨୧ ବର୍ଷ ମଧ୍ୟରେ ଅଲ ଇଂଲଣ୍ଡ ଓପନରେ କୌଣସି ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ୍ ଖେଳାଳି ଫାଇନାଲରେ ପ୍ରବେଶ କରି ନଥିଲେ।
ଶନିବାର ଦିନ, ପୁରୁଷ ସିଙ୍ଗଲ୍ସ ସେମିରେ ଡିଫେଣ୍ଡିଂ ଚାମ୍ପିଅନ୍ ଲି ଜି ଜିଆଙ୍କୁ ଲକ୍ଷ୍ୟ ସେନ୍ ୨୧-୧୩, ୧୨-୨୧, ୨୧-୧୯ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି । ରବିବାର ବର୍ମିଂହାମ୍ରେ ଭାରତୀୟ ଦର୍ଶକଙ୍କ ସମର୍ଥନ ପାଇବା ସହ ୩ୟ ଭାରତୀୟ ଭାବେ ଏହି ସମ୍ମାନଜନକ ଟାଇଟଲ୍ ଜିତିବେ ବୋଲି ସେ ଅଶା ରଖିଛନ୍ତି।
ଚଳିତ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଭାରତୀୟ ଭାବେ ଲକ୍ଷ୍ୟ ଏହି ସଫଳତା ହାସଲ କରିଛନ୍ତି। କେବଳ ୩ ଜଣ ଭାରତୀୟ ପ୍ରକାଶ ନାଥ (୧୯୪୭), ପ୍ରକାଶ ପାଦୁକୋନ (୧୯୮୦ ଏବଂ ୧୯୮୧) ଏବଂ ପୁଲେଲା ଗୋପୀଚାନ୍ଦ (୨୦୦୧) ଲକ୍ଷ୍ୟଙ୍କ ପୂର୍ବରୁ ଫାଇନାଲରେ ପ୍ରବେଶ କରିଥିଲେ। ଅତୀତରେ କେବଳ ପାଦୁକୋନ ଏବଂ ଗୋପୀଚାନ୍ଦ ଭାରତ ପାଇଁ ସମ୍ମାନଜନକ ଟାଇଟଲ୍ ଜିତିଛନ୍ତି। ସାଇନା ନେହୱାଲ ୨୦୧୫ରେ ସ୍ପେନର ତାରକା କାରୋଲିନା ମାରିନଙ୍କୁ ହରାଇ ପ୍ରଥମ ମହିଳା ଭାବେ ଅଲ ଇଂଲଣ୍ଡ ଓପନ୍ ଫାଇନାଲରେ ପ୍ରବେଶ କରିଥିଲେ ।

Leave a comment