ସୀମାଞ୍ଚଳ ଏକ୍ସପ୍ରେସ୍ ଲାଇନଚ୍ୟୁତ: ୭ ମୃତ, ୫୦ରୁ ଊର୍ଦ୍ଧ୍ବ ଆହତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିହାରରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ସୀମାଞ୍ଚଳ ଏକ୍ସପ୍ରେସ୍ ରବିବାର ଭୋର୍ରୁ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିହାରର ସରଦେଇସ୍ଥିତ ବୁଜୁର୍ଗଠାରେ ଟ୍ରେନ୍ର ୧୧ଟି ବଗି ଲାଇନଚ୍ୟୁତ ହୋଇଥିବାବେଳେ ଏ ପର୍ଯ୍ୟନ୍ତ ୮ ମୃତଦେହ ଉଦ୍ଧାର କରାଯାଇଛି । ୫୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଟ୍ରେନ୍ର ୩ଟି ବଗି ସମ୍ପୂର୍ଣ୍ଣ ଓଲଟି ପଡ଼ିଛି। ଏସ୍-୮, ଏସ୍-୯, ଏସ୍-୧୦ ଏବଂ ଏସି ବଗି ବି-୩ ଅଧିକ କ୍ଷତିଗ୍ରସ୍ତ ହୋଇଛି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମୃତକଙ୍କ ପରିବାରକୁ ୪ ଲକ୍ଷ, ଗୁରୁତରମାନଙ୍କୁ ୧ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି । ତେବେ ହସ୍ପିଟାଲର ସମସ୍ତ ଖର୍ଚ୍ଚ ରେଳ ବିଭାଗ ପକ୍ଷରୁ କରାଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ଉପରାଷ୍ଟ୍ରପତି ଭାଙ୍କେୟା ନାଇଡୁ ମୃତକ ଓ ଆହତଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।