ଡିଆଇଜି ସତ୍ୟବ୍ରତ ଭୋଇଙ୍କୁ କଳିଙ୍ଗ ଷ୍ଟାଡିଅମ ସୁରକ୍ଷା ଦାୟିତ୍ୱ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା କାଲି ପୁରୁଷ ହକି ବିଶ୍ୱକପର ଉଦଘାଟନୀ ଉତ୍ସବ । କଳିଙ୍ଗ ଷ୍ଟାଡିଅମ ରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ର ସୁରକ୍ଷାକୁ ନେଇ ଚଳ ଚଞ୍ଚଳ ପୋଲିସ । ପୋଲିସ କମିଶନର ଙ୍କ ତ୍ୱବାଧାନରେ କଳିଙ୍ଗ ଷ୍ଟାଡିଅମ ର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଆଜି ପଶ୍ଚିମାଞ୍ଚଳରେ ଡିଆଇଜି ସତ୍ୟବ୍ରତ ଭୋଇ, ଭୁବନେଶ୍ୱର ଡିସିପି ଅନୁପ୍ ସାହୁ ଓ ବିଭିନ୍ନ ଥାନାର ଆଇଆଇସି କଳିଙ୍ଗ ଷ୍ଟାଡିୟମ ଭିତରେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି । ପଶ୍ଚିମାଞ୍ଚଳର ଡିଆଇଜି ସତ୍ୟବ୍ରତ ଭୋଇଙ୍କୁ କଳିଙ୍ଗ ଷ୍ଟାଡିଅମ ର ସୁରକ୍ଷା ଦାୟିତ୍ୱ ନ୍ୟସ୍ତ କରାଯାଇଛି । ତାଙ୍କ ଅଧୀନରେ ଭୁବନେଶ୍ୱର ଡିସିପି, ଡିସିପି ସିକ୍ୟୁରିଟି ଓ ଡିସିପି ଟ୍ରାଫିକ ଆଦି ସମସ୍ତେ କାର୍ଯ୍ୟ କରିବେ । ଏହାସହ ୫୦ରୁ ଉର୍ଦ୍ଧ ଡ଼ି.ଏସ.ପି ଓ ୩୦୦ରୁ ଉର୍ଦ୍ଧ ଅଫିସର ରହିବେ । ଯେହେତୁ ଭୁବନେଶ୍ୱର ଡିସିପି ଥିବା ସମୟରେ ସତ୍ୟବ୍ରତ ଭୋଇ କଳିଙ୍ଗ ଷ୍ଟାଡିଅମ ରେ ଆୟୋଜିତ ହୋଇଥିବା ହକି ଲିଗ ମ୍ୟାଚ ର ସୁରକ୍ଷା ଦାୟିତ୍ୱ ସୂଚାରୁ ରୂପେ ତୁଲାଇଥିଲେ । ଏହାକୁ ଦୃଷ୍ଟିରେ ରଖି ପୁନର୍ବାର ଏହି ଗୁରୁଦାୟିତ୍ୱ ଶ୍ରୀଯୁକ୍ତ ଭୋଇକୁ ନ୍ୟସ୍ତ କରାଯାଇଛି ।

ଏହି ଉଦଘାଟନୀ କାର୍ଯ୍ୟକ୍ରମ ରେ ଯୋଗଦେବା ପାଇଁ ଏ.ଆର ରେହମନ ରାଜଧାନୀରେ ପହଞ୍ଚି ସାରିଛନ୍ତି । ସେହିପରି କଳିଙ୍ଗ ଷ୍ଟାଡିଅମ ରେ ସୁପର ଷ୍ଟାର ଶାହରୁଖ ଖାନ୍ ଯୋଗ ଦେଉଥିବା ବେଳେ କଟକ ଉଦଘାଟନୀ କାର୍ଯ୍ୟକ୍ରମ ରେ ସୁପର ଷ୍ଟାର ସଲମାନ୍ ଖାନ୍ ଙ୍କୁ ଯୋଗଦେବା କୁ ସରକାର ଅନୁରୋଧ କରିଛନ୍ତି । କଳିଙ୍ଗ ଷ୍ଟାଡିଅମ ରେ ହେବାକୁଥିବା ଉଦଘାଟନୀ ମ୍ୟାଚ ରେ ସମସ୍ତ ୧୬ ଦେଶର କୋଚ୍ ଓ ଅଫିସର ଙ୍କ ବସିବା ସ୍ଥାନ, ୨୦୦୦ ଜଣ କଳାକାର ଯେକି ଏହି କାର୍ଯ୍ୟକ୍ରମ ରେ ଭାଗନେବେ ସେମାନଙ୍କ ବସିବା ସ୍ଥାନ ଓ ଦର୍ଶକଙ୍କ ବସିବା ସ୍ଥାନ କୁ ଟିକନିକ ଭାବରେ ଯାଞ୍ଚ କରାଯାଇଛି । କଳିଙ୍ଗ ଷ୍ଟାଡିୟମ୍ ସୁରକ୍ଷା ଦାୟିତ୍ୱର ପୁଲିସ ସହ ଓ.ଏସ.ଏ.ଏଫ ଯବାନ ମଧ୍ୟ ମୁତୟନ ରହିବେ ।

Leave a comment