ସୁସ୍ଥ ହେଲେ ରାଜ୍ୟର ଦ୍ୱିତୀୟ କୋରୋନା ଆକ୍ରାନ୍ତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟର ଦ୍ୱିତୀୟ କୋରୋନା ରୋଗୀ ସୁସ୍ଥ ହୋଇଥିବା ନେଇ ଖବର ମିଳିଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ଏହି ରୋଗୀ ଜଣଙ୍କ ଇଟାଲୀରୁ ଫେରିଥିଲେ । ଯାହା ପରେ ତାଙ୍କ ରକ୍ତ ନମୁନା ପଜିଟିଭ ଆସିଥିଲା । ଏହାପରେ ସେ ଏମ୍ସରେ ଚିକିତ୍ସା ହେଉଥିଲେ ।