ଦ୍ୱିତୀୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ୪୬ଜଣ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ଆକ୍ରାନ୍ତ ହୋଇଥିବା ଦ୍ୱିତୀୟ ବ୍ୟକ୍ତିଙ୍କ ସଂସ୍ପର୍ଶରେ ୪୬ଜଣ ଲୋକ ଆସିଛନ୍ତି ବୋଲି ରାଜ୍ୟ ସରକାର ଆଜି ସ୍ପଷ୍ଟ କରିଛନ୍ତି । ଏ ସମ୍ପର୍କରେ ସୂଚନା ଦେଇ ସୁବ୍ରତୋ ବାଗଚୀ କହିଛନ୍ତି, ଲଣ୍ଡନରୁ ୧୮ତାରିଖରେ ଫେରିଥିବା ଜଣେ ୧୯ବର୍ଷୀୟ ଯୁବକଙ୍କ ଦେହରେ ଗତକାଲି କୋଭିଡ-୧୯ ନମୂନା ମିଳିଛି । ସେ ୧୯ତାରିଖରେ ଅବର୍ଜରଭେସନରେ ରହିଥିଲେ ଓ ତାଙ୍କର ଚିକିତ୍ସା ଚାଲିଛି । ତାଙ୍କ ସଂସ୍ପର୍ଶରେ ମୋଟ ୪୬ଜଣ ଲୋକ ଆସିଛନ୍ତି । ସେମାନଙ୍କ ମଧ୍ୟରୁ ୪୩ଜଣଙ୍କ ଚିହ୍ନଟ କରାଯାଇ ସେମାନଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାକି ୩ଜଣଙ୍କୁ ଠାବ କରିବା ପାଇଁ ଏବେ ୮ଟି ମନିଟରିଂ ଟିମ ଲାଗିଛନ୍ତି ।

ସୂଚନାଯୋଗ୍ୟ, ଗତକାଲି ଚିହ୍ନଟ ହୋଇଥିବା ବ୍ୟକ୍ତି ହେଉଛନ୍ତି ଭୁବନେଶ୍ୱରସ୍ଥିତ ଏମ୍ସର ଜଣେ ପଦାଧିକାରୀଙ୍କ ପୁଅ । ତାଙ୍କ ଯୋଗୁ ଅଧିକ ସଂଖ୍ୟକ ଏମ୍ସ ଡାକ୍ତରମାନେ କରୋନା ଆକ୍ରାନ୍ତ ହୋଇଥିବା ଆଶଙ୍କା ସମ୍ପର୍କରେ ପ୍ରତିକ୍ରିୟା ରଖି ଶ୍ରୀ ବାଗଚୀ କହିଛନ୍ତି ଯେ, ଏମ୍ସ ଘଟଣାକୁ ରାଜ୍ୟ ସରକାର ସର୍ବୋଚ୍ଚ ଗୁରୁତ୍ୱ ଦେଉଛନ୍ତି।

Leave a comment