୧୫ରୁ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌, ପଢ଼ନ୍ତୁ କୋହଳ ହେଲା କେଉଁ ସବୁ କଟକଣା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୧୪ ଏପ୍ରିଲ କୁ ସାରା ଦେଶରେ ଶେଷହେବ କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ଲକ୍‌ଡାଉନ୍‌ କଟକଣା। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ, ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଏପ୍ରିଲ୍ ୧୫ ତାରିଖରୁ ଆରମ୍ଭ ହେବ। ଏହା ଏପ୍ରିଲ୍ ୩୦ ଯାଏ ଚାଲିବ। ତେବେ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ବେଳେ କିଛି କଟକଣାକୁ କୋହଳ କରାଯାଇଛି। ବିଶେଷ ଭାବେ ଏଥିରେ ଚାଷୀମାନଙ୍କୁ ଗୁରୁତ୍ୱ ଦିଆଯାଇଛି। ଆଜି ଭୁବନେଶ୍ୱରର ଗୀତଗୋବିନ୍ଦ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଏନେଇ ସମସ୍ତ ସୂଚନା ଦେଇଥିଲେ।
ଆସନ୍ତୁ ଜାଣିବା କେଉଁ ସବୁ କାର୍ଯ୍ୟକୁ ଳକ୍‌ଡାଉନ୍‌ କଟକଣାରୁ ବାଦ୍ ଦିଆଯିବ-
– କୃଷି କାର୍ଯ୍ୟ ପାଇଁ ମୋ ପୋଖରୀ ଖୋଳାରେ ଶ୍ରମିକ ଲାଗି ପାରିବେ
ଓ ଖରିଫ୍ ଋଣ ଯୋଗାଇ ଦେବା ପାଇଁ ସବୁ ବ୍ୟାଙ୍କ କାର୍ଯ୍ୟ /
କରିବେ, ଅଫିସ୍‌ ବି ଖୋଲା ରହିବ ।
– ଧାନ ବୁଣା, ତଳି ରୁଆ, ଫସଲ ଅମଳ କାର୍ଯ୍ୟକୁ ଅନୁମତି
– ବିହନ ବୁଣା ଓ ବିହନ ପରିବହନକୁ ଅନୁମତି
– ଚାଷ ପାଇଁ ବ୍ୟବହୃତ ଟ୍ରାକ୍ଟର ଚଲାଇବାକୁ ଅନୁମତି
– କୃଷି ଯନ୍ତ୍ରପାତି ବିକ୍ରୟ ଓ ମରାମତି କେନ୍ଦ୍ର ଖୋଲା ରହିବ
– ରାସାୟନିକ ସାର ଓ ଶୀତଳ ଭଣ୍ଡାର କେନ୍ଦ୍ର ଖୋଲା ରହିବ
– ରବି ଧାନ ସଂଗ୍ରହ ପାଇଁ ୧୭/୧୮ ଜିଲ୍ଲାରେ ମଣ୍ଡି ଖୋଲା ରହିବ
ଗାଁରୁ ମଣ୍ଡି ଓ ମଣ୍ଡିରୁ ମିଲ୍‌କୁ ଧାନ ନେବା ପାଇଁ ଟ୍ରକ୍‌ ଓ ଟ୍ରାକ୍ଟର ଚାଲିପାରିବ ।
– କେନ୍ଦୁପତ୍ର ତୋଳା, କେନ୍ଦୁପତ୍ର ଫଡ଼ି କାର୍ଯ୍ୟକ୍ରମ କରାଯାଇପାରିବ ଓ
ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ଓ ବିକ୍ରୟ କାର୍ଯ୍ୟ ଚାଲିବ
– ଅଣ୍ଡା, ମାଛ, ମାଂସ, ଦୁଗ୍ଧ ଆଦି ଦ୍ରବ୍ୟର ପରିବହନ ଚାଲୁ ରହିବ ।
– ପ୍ରାଣୀ ଚିକିତ୍ସାଳୟ ଓ ଟୀକା କରଣ କେନ୍ଦ୍ର ଖୋଲା ରହିବ
ପୋଖରୀ ମାଛ ଚାଷ, ମାଛ ଧରା, ସାମୁଦ୍ରିକ ମାଛ ଧରା ମଧ୍ୟ
ଚାଲୁ ରହିବ ।
– ମାଛ ଯାଆଁଳ ଉତ୍ପାଦନ, ମାଛ ଜାଲ କାରଖାନା ଚାଲୁ ରହିବ
– ଗୋଶାଳା ଚାଲୁ ରହିବ, ବୁଲା ପଶୁଙ୍କୁ ଖାଦ୍ୟ ଯୋଗାଣ ଚାଲୁ
ରହିବ
– ମନରେଗା କାର୍ଯ୍ୟକ୍ରମ ରାଜ୍ୟର ସବୁ ଗ୍ରାମାଞ୍ଚଳରେ ଚାଲୁ ରହିବ
– ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ପାଇଖାନା ନିର୍ମାଣ କାର୍ଯ୍ୟ ଚାଲୁ ରହିବ
– ବିଜୁ ପକ୍କା ଘର ଯୋଜନାରେ ନିର୍ମାଣ କାର୍ଯ୍ୟ ଚାଲୁ ରହିବ
– ପାନୀୟ ଜଳ ଯୋଗାଣ, ନଳକୂପ ମରାମତି କାର୍ଯ୍ୟ ଚାଲୁ ରହିବ
ବନୀକରଣ ପାଇଁ ନର୍ସରୀ, ବନ୍ୟଜନ୍ତୁଙ୍କ ପାଇଁ ଜଳଉତ୍ସ ନିର୍ମାଣ
କାର୍ଯ୍ୟ କରାଯାଇପାରିବ
– ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସମସ୍ତ କାର୍ଯ୍ୟ କରାଯାଇପାରିବ
– ଇ-କମର୍ସ ଜରିଆରେ ସବୁ ଜିନିଷ ଏବେ ଘରକୁ ମଗାଇ ହେବ
– ଖାଦ୍ୟ ହୋମ୍ ଡେଲିଭରି ଓ ଢାବା ଚାଲୁ ରହିବ। ତେବେ ଢାବାରେ ବସି ଖାଇପାରିବେ ନାହିଁ, ଖାଦ୍ୟ ନେଇ ଅନ୍ୟତ୍ର ଖାଇବେ

Leave a comment