ଏସଡିପିଓ ଏବଂ ଆଇଆଇସି କରୋନା ପଜିଟିଭ ଚିହ୍ନଟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗଞ୍ଜାମ ଜିଲାରେ କାର୍ଯ୍ୟରତ ଜଣେ ଏସଡିପିଓ ଏବଂ ଥାନା ଆଇଆଇସି ଶନିବାର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଗଞ୍ଜାମ ଏସପି ଟ୍ୱିଟ୍ କରି ଜଣାଇଛନ୍ତି ।
ସୂଚନାଯୋଗ୍ୟ, ପ୍ରବାସୀ ଶ୍ରମିକ ଓ ସଂଗରୋଧ କେନ୍ଦ୍ର ତଦାରଖ ଦାୟିତ୍ୱରେ ଥିବାରୁ କୌଣସି କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଉଭୟ ପୁଲିସ ଅଧିକାରୀ ସଂକ୍ରମିତ ହୋଇଥିବା ଅନୁମାନ କରାଯାଉଛି। ତେବେ ସେମାନେ ଶୀଘ୍ରସୁସ୍ଥ ହୋଇ ଘରକୁ ଫେରନ୍ତୁ ବୋଲି ଏସପି କାମନା କରିଛନ୍ତି । ଏହା ପୂର୍ବରୁ ୨ ଜଣ ହୋମଗାର୍ଡ ସଂକ୍ରମିତ ହୋଇଥିଲେ । ସେହିପରି ଏମକେସିଜି ମେଡିକାଲ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀଙ୍କ ସହ କରୋନା ମୁକାବିଲାରେ ନିୟୋଜିତ ଶିକ୍ଷକ, ଅଙ୍ଗନବାଡି, ଆଶାକର୍ମୀ ମଧ୍ୟ ସଂକ୍ରମିତ ହୋଇସାରିଛନ୍ତି ।

Leave a comment