ସ୍କର୍ପିଓ ପୋଡ଼ି ଘଟଣା: ସନ୍ଦେହରେ ୪ ଜଣ ଅଟକ

0

ଭୁବନେଶ୍ଵର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଡେଲ୍ଟା ଛକରେ ସ୍କର୍ପିଓ ପୋଡ଼ି ଘଟଣାରେ ୪ ଜଣଙ୍କୁ ସନ୍ଦେହରେ ଅଟକ ରଖିଛି ପୋଲିସ। ଗଣ୍ଡଗୋଳ ସମୟର ଭିଡିଓ ସାମ୍ନାକୁ ଆସିଲା ପରେ ଖଣ୍ଡଗିରି ଥାନା ପୋଲିସ ୪ ଜଣଙ୍କୁ ଅଟକ ରଖିଛି।

ଅଟକ ୪ ଜଣଙ୍କ ସହ ଗାଡ଼ି ମାଲିକଙ୍କ ମଧ୍ୟରେ ପୂର୍ବରୁ ବଚସା ହୋଇଥିଲା। ୮ରୁ ୧୦ ଜଣ ଯୁବକ ଗାଡ଼ି ଚାଳକଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଗାଡିକୁ ଖଣ୍ଡାରେ ହାଣୁଛନ୍ତି। ୪୫ ମିନିଟ୍ ଧରି ଡେଲ୍ଟା ଛକରେ ଦୁର୍ବୃତ୍ତମାନେ ଖେଳାଇଥିଲେ ଆତଙ୍କ । ଏହାକୁ ସେଠାରେ ଥିବା ଜଣେ ଟ୍ରାଫିକ କର୍ମଚାରୀ କ୍ୟାମେରରେ କଏଦ୍ କରୁଥିଲେ। ଭିଡିଓ ଆଧାରରେ ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ଖଣ୍ଡଗିରି ଥାନା ପୋଲିସ। ଘଟଣାର ମାଷ୍ଟର ମାଇଣ୍ଡକୁ ଖୋଜୁଛି ପୋଲିସ। ଗାଡି ଚାଳକ ଓ ଟ୍ରାଫିକ ପୋଲିସ ଏତଲା ଆଧାରରେ ତଦନ୍ତ ଜାରି ରହିଛି।

Leave a comment