ରାସ୍ତାରେ ଶୋଇଥିଲେ ଦୁଇଜଣ, ମାଡ଼ିଗଲା ସ୍କୁଟି,

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡ଼ିଓ ନେଇ ଖୁବ ଚର୍ଚ୍ଚା ଚାଲିଛି । ଏହି ଭିଡ଼ିଓରେ ଦୁଇଜଣ ଯୁବକ କୌଣସି କାରଣରୁ ରାସ୍ତାରେ ବିନା ପୋଷାକରେ ପ୍ରତିବାଦ କରୁଥିବା ଜଣାପଡୁଛି । ଏପରିକି ଦୁଇଜଣ ଯାକ ରାସ୍ତାରେ ଶୋଇଥିବା ମଧ୍ୟ ଦେଖିବାକୁ ମିଳୁଛି । ସେମାନେ ରାସ୍ତାରେ ଶୋଇଥିବାରୁ ଯାନବାହନ ଯାତାୟାତରେ ଅସୁବିଧା ହେଉଥିବା ଦେଖାଯାଉଛି ।

ମାତ୍ର ହଠାତ ଦୁଇଟି ସ୍କୁଟି ଦ୍ରୁତ ଗତିରେ ଘଟଣା ସ୍ଥଳ ଆଡକୁ ମାଡି ଆସିଥିଲା । ସେମାନଙ୍କ ମଧ୍ୟରୁ ଜଣେ ନିୟନ୍ତ୍ରଣ ରଖି ସ୍କୁଟି ଟିକୁ ଅଟକାଇ ଦେଇଥିବା ବେଳେ ଅନ୍ୟଜଣେ କିଛି ବୁଝିବା ଆଗରୁ ରାସ୍ତାରେ ଶୋଇଥିବା ଜଣଙ୍କ ଉପରେ ମାଡିଯାଇଥିଲା ଅନ୍ୟ ସ୍କୁଟି । ଫଳରେ ଉକ୍ତ ବ୍ୟକ୍ତି ଜଣକ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି । ଏହି ଭିଡିଓକୁ ସୁପରଟୋ ୱିପ ନାମକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅପଲୋଡ୍ କରାଯାଇ ଥିଲେ ମଧ୍ୟ ଏହି ଭିଡ଼ିଓଟି କେଉଁ ସ୍ଥାନର ସେନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ ।

Leave a comment