ସ୍କୁଲ ବୁଲିଲେ, ସ୍ଥିତି ପରଖିଲେ ଗଣଶିକ୍ଷା ମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜିଠୁ ପୁଣି ଖୋଲିଛି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ । ବହି ବସ୍ତାନୀ ଧରି ସ୍କୁଲ ଯାଇଛନ୍ତି ପିଲାଏ । କୋରୋନା କଟକଣା ମାନି କ୍ଳାସରୁମରେ ପାଠ ପଢୁଛନ୍ତି ବିଦ୍ୟାର୍ଥୀ । ଏହାରି ଭିତରେ ଗୋପ ନିଗମାନନ୍ଦ ହାଇସ୍କୁଲ ବୁଲିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ପାଠପଢା ସହିତ ସମସ୍ତ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଗଣଶିକ୍ଷାମନ୍ତ୍ରୀ । ସ୍କୁଲ ଗସ୍ତ କରି କିପରି ଚାଲିଛି ପାଠପଢା ସମସ୍ତ ସ୍ଥିତି ପରଖିଛନ୍ତି ଶିକ୍ଷାମନ୍ତ୍ରୀ । ପ୍ରଥମ ଦିନରେ ୮୦ ପ୍ରତିଶତ ପିଲା ସ୍କୁଲ ଆସିଛନ୍ତି । ଏହା ଏକ ସକାରତ୍ମକ ସଙ୍କେତ ବୋଲି କହିଛନ୍ତି ଗଣଶିକ୍ଷାମନ୍ତ୍ରୀ । କୋରୋନା କଟକଣାମାନି ଶ୍ରେଣୀଗୃହ ପାଠପଢା ଆରମ୍ଭ ହୋଇଛି । ଯେହେତୁ ପାଠପଢା ଆରମ୍ଭ ହୋଇଛି ତେଣୁ ଖୁବ ଶୀଘ୍ର ଦ୍ବିତୀୟ ସମେଟିଭ ପରୀକ୍ଷା ଦେବାକୁ ପିଲାମାନେ ଏକଦମ ପ୍ରସ୍ତୁତ ଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।କୋର୍ସ ସାରିବା ବାବଦରେ ଶିକ୍ଷାମନ୍ତ୍ରୀ କହିଛନ୍ତି ସ୍କୁଲ ଖୋଲିଛି କୋର୍ସ ସାରିବା ନେଇ କୌଣସି ସମସ୍ୟା ଉପୁଜିବ ନାହିଁ । ଠିକ ସମୟରେ କୋର୍ସ ଶେଷ ହେବ । ଅନଲାଇନରେ ପଢୁଥିବା ପିଲାମାନେ ସେମାନଙ୍କ ଡାଉଟ କ୍ଲିୟର କରିବେ । ଅଭିଭାବକଙ୍କ ଅନୁମତି ନେଇ ସେମାନେ ସ୍କୁଲ ଆସିବେ ବୋଲି । ପ୍ରଥମ ଦିନରେ ଗୋପ ନିଗମାନନ୍ଦ ଉଚ୍ଚ ବିଦ୍ୟାଳୟରେ ଏତେ ସଂଖ୍ୟକ ପିଲା ସ୍କୁଲ ଆସିବା ଏକ ଭଲ ସଙ୍କେତ ବୋଲି କହିଛନ୍ତି ଗଣଶିକ୍ଷାମନ୍ତ୍ରୀ ।

Leave a comment