ବଦଳିଲା କେଜିରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ତାରିଖ

ଭୁବନେଶ୍ୱର, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଫେବ୍ରୁଆରୀ ୧୪ତାରିଖରେ ଖୋଲିବନି କେଜିରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ । ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ସ୍କୁଲ ପରିସର ଏବଂ ଶ୍ରେଣୀ ଗୃହକୁ ସଫା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏବଂ ଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଏହାର ତଦାରଖ କରିବାକୁ କୁହାଯାଇଥିଲା । ମାତ୍ର ପଞ୍ଚାୟତ ନିର୍ବାଚନ ପାଇଁ ସ୍କୁଲ ଶିକ୍ଷକମାନେ ନିର୍ବାଚନ ପରିଚାଳନା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।
ସେହିପରି ସ୍କୁଲ ଗୁଡିକରେ ମଧ୍ୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ କେନ୍ଦ୍ର କରାଯାଇଥିବାରୁ ସ୍କୁଲ ଖୋଲିବା ନେଇ ନୂଆ ନିର୍ଦ୍ଦେଶନାମା ଜାରି କରିଛି ଗଣଶିକ୍ଷା ବିଭାଗ । ୧୪ ତାରିଖରେ ସ୍କୁଲ୍ ଖୋଲିଲେ ମଧ୍ୟ ପିଲାମାନଙ୍କୁ ଆସିବାକୁ ଅନୁମତି ଦିଆଯାଇନାହିଁ। ପିଲାମାନେ ୨୮ରୁ ସ୍କୁଲ ଆସିବେ। ୨୭ ପର୍ଯ୍ୟନ୍ତ ଅନଲାଇନ୍ କ୍ଲାସ୍ ହେବ। ୨୮ରୁ ଶ୍ରେଣୀ ଗୃହ ପାଠପଢ଼ାରେ ସେମାନେ ଯୋଗ ଦେବେ। ତେବେ ୧୪ ତାରିଖରୁ ସ୍କୁଲକୁ ଶିକ୍ଷକ ଓ ଅନ୍ୟ କର୍ମଚାରୀମାନେ ଆସିବେ। ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଏ ସମ୍ପର୍କିତ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି।