ମେ ୧୬ ଓ ୩୦ ତାରିଖ ଚନ୍ଦନ ପୂର୍ଣ୍ଣିମା ଓ ସାବିତ୍ରୀ ଅମାବାସ୍ୟା ପାଇଁ ସ୍କୁଲ ଛୁଟି -ଗଣଶିକ୍ଷା ମନ୍ତ୍ରୀ

0

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଚଳିତ ବର୍ଷ ପ୍ରଥମ ଥର ମେ ୧୬ ଓ ୩୦ ତାରିଖ ଚନ୍ଦନ ପୂର୍ଣ୍ଣିମା ଓ ସାବିତ୍ରୀ ଅମାବାସ୍ୟା ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି। ସରକାରୀ ଛୁଟି କ୍ୟାଲେଣ୍ଡରରେ ଏହି ଦୁଇ ଦିନ ଛୁଟି ନଥିଲେ ବି ପ୍ରଥମ ଥର ରାଜ୍ୟ ସରକାର ସାବିତ୍ରୀ ଅମାବାସ୍ୟା ଏବଂ ଚନ୍ଦନ ପୂର୍ଣ୍ଣିମା ଦିନ ସରକାରୀ ଛୁଟି ଘୋଷଣା କରିଛନ୍ତି। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି।

କରୋନା ମହାମାରୀ ଯୋଗୁଁ ଗତ ଦୁଇ ବର୍ଷ ଶିକ୍ଷାଦାନ ଗୁରୁତର ପ୍ରଭାବିତ ହୋଇଛି। ପିଲାଙ୍କ କୋର୍ସ ମଧ୍ୟ ପୂରା ହୋଇ ପାରିନଥିଲା। କରୋନା ସଂକ୍ରମଣରେ ସୁଧାର ଆସିବା ପରେ ଚଳିତ ବର୍ଷ ଖରା ଛୁଟି ବାତିଲ୍ କରାଯାଇଛି। ଏହି ସମୟରେ ପାଠପଢାରେ ଘଟିଥିବା କ୍ଷତିର କିଛି ଭରଣା କରିବାକୁ ଚେଷ୍ଟା କରାଯାଇଛି। ସେଥିପାଇଁ ଶିକ୍ଷକମାନଙ୍କ ଧନ୍ୟବାଦ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ। ଏହି ସମୟରେ ଶିକ୍ଷା ମନ୍ତ୍ରୀ ମେ ୧୬ ତାରିଖ ଚନ୍ଦନ ପୂର୍ଣ୍ଣିମା ଏବଂ ମେ ୩୦ ତାରିଖ ସାବିତ୍ରୀ ଅମାବାସ୍ୟା ଯୋଗୁଁ ସ୍କୁଲ ଛୁଟି ରହିବ ବୋଲି ଘୋଷଣା କରିଛନ୍ତି।

Leave a comment