ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ଆସନ୍ତା ୩୧ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ, ସିନେମା ହଲ ଓ ସୁଇମିଂ ପୁଲ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ସରକାରଙ୍କ ବଡ ଘୋଷଣା । ଆସନ୍ତା ୩୧ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ । ଆଜି କ୍ୟାବିନେଟରେ ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ମାରାତ୍ମକ କରୋନା ଭୂତାଣୁର ବ୍ୟାପକ ସଂକ୍ରମଣ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାମାରୀ ଘୋଷଣା ପରେ ରାଜ୍ୟ ସରକାର ମାର୍ଚ୍ଚ ୩୧ ତାରିଖ ଯାଏଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବା ସହ ରାଜ୍ୟର ସମସ୍ତ ସିନେମା ହଲ, ସୁଇମିଂ ପୁଲଗୁଡିକୁ ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୭୫କୁ ବୃଦ୍ଧି ପାଇଥିବା ବେଳେ କରୋନା ଭାଇରସରେ ଆକ୍ରାନ୍ତ ହୋଇ ଜଣେ ୭୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ରାଜ୍ୟରେ କୌଣସି କରୋନା ଭାଇରସ ରୋଗୀ ଚିହ୍ନଟ ହୋଇନଥିଲେ ମଧ୍ୟ ସଂକ୍ରମଣକୁ ରୋକିବା ପାଇଁ ମୁକାବିଲା ଆରମ୍ଭ କରିଛନ୍ତି ସରକାର । ଆଜି ବିଧାନସଭାରେ କରୋନା ମୁକାବିଲା ପାଇଁ ୨୦୦ କୋଟି ଟଙ୍କାର ପାଣ୍ଠି କରାଯାଇଛି ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ । ମାତ୍ର ପରୀକ୍ଷା ଚାଲୁଥିବା ସ୍କୁଲ ଗୁଡିକ ଚାଲୁ ରହିବ ।

Leave a comment