ଧୋନୀଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସଂହ ଧୋନୀଙ୍କ ନୋଟିସ୍ ଜାରି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଆମ୍ରପାଲୀ ଗ୍ରୁପ୍ ଏବଂ ଏହାର ବ୍ରାଣ୍ଡ ଆମ୍ବାସଡର ଥିବା ଏମ୍ ଏସ୍ ଧୋନୀଙ୍କ ମଧ୍ୟରେ ଅର୍ଥ ନେଣଦେଣକୁ ନେଇ ଏକ ମାମଲା ଜାରି ରହିଛି । ଯାହାର ମାମଲା ଏବେ ସୁପ୍ରିମକୋର୍ଟରେ ଚାଲୁ ରହିଛି । ସେହି ମାମଲକୁ ନେଇ କୋର୍ଟ ଧୋନୀଙ୍କୁ ନୋଟିସ୍ ଜାରି କରିଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ମହେନ୍ଦ୍ର ସିଂହ ଧୋନୀ ଆମ୍ରପାଲୀ ଗ୍ରୁପ୍ରୁ ବକେୟା ଥିବା ପ୍ରାୟ ୧୫୦ କୋଟି ଟଙ୍କା ନେବାର ଥିଲା । ଅନ୍ୟପଟେ ଗ୍ରୁପର ଗ୍ରାହକମାନେ ଫ୍ଲାଟ୍ ମିଳୁନଥିବା ଅଭିଯୋଗ କରି କୋର୍ଟଙ୍କ ଆଶ୍ରୟ ନେଇଛନ୍ତି । ଏହି ମାମଲା ଏବେ କୋର୍ଟରେ ରହିଛି । ଆମ୍ରପାଲି ଗ୍ରୁପ୍ ଏବଂ ଧୋନୀଙ୍କ ମଧ୍ୟରେ ଜାରି ରହିଥିବା ବିବାଦ ମାମଲା ପ୍ରଥମେ ଦିଲ୍ଲୀ ହାଇକୋର୍ଟ । ମାମଲାକୁ ନେଇ ଏକ କମିଟି ମଧ୍ୟ ଗଠନ କରିଥିଲେ କୋର୍ଟ । ଅବସରପ୍ରାପ୍ତ ଜଷ୍ଟିସ୍ ବୀଣା ବୀରବଲଙ୍କ ଅଧ୍ୟକ୍ଷତାରେ ଗଠିନ ଏକ କମିଟି ମାମଲାକୁ ରଫାଦଫା କରିବାର ଥିଲା ।
ତେବେ କମିଟି ଗଠନ କରାଯିବା ପରେ ହିଁ ପ୍ରତାରିତ ହୋଇଥିବା ବ୍ୟକ୍ତି ମାମଲାକୁ ସୁପ୍ରିମକୋର୍ଟ ନେଇଥିଲେ । ଆମ୍ରପାଲି ଗ୍ରୁପ ନିକଟରେ ପାଣ୍ଠି କମ ଥିବା ଦର୍ଶାଇ ଏବଂ ଏଥି ଯୋଗୁଁ ସେମାନଙ୍କୁ ଫ୍ଳାଟ୍ ମିଳିପାରୁନଥିବା ଦର୍ଶାଇ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିକଟରେ ଆବେଦନ କରିଥିଲେ ।