ଶ୍ରୀମନ୍ଦିର ବଞ୍ଚାଅ ପଦଯାତ୍ରା

0

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଶ୍ରୀମନ୍ଦିର ଚୌହଦିରେ ବେଆଇନ ନିର୍ମାଣକୁ ବିରୋଧ କରି ଆଜି ଶ୍ରୀମନ୍ଦିର ବଞ୍ଚାଅ ପଦଯାତ୍ରା । ଏହି ଶାନ୍ତିପୂର୍ଣ୍ଣ ପଦଯାତ୍ରାକୁ ସମର୍ଥନ ଜଣାଇ ଆନ୍ଦୋଳନରେ ସାମିଲ ହେଉଛନ୍ତି ଜିଲ୍ଲା ଆଇନଜିବୀ ସଂଘ ଓ ଉକ୍ରଳ ଛାତ୍ର ସଂଘ । ସେପଟେ କିନ୍ତୁ ପଦଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ଅନୁମତି ନଦେବା, ଆନ୍ଦୋଳନକୁ ଭଣ୍ଡୁର ପାଇଁ ଆପ୍ରାଣ ଉଦ୍ୟମ କରୁଛନ୍ତି ରାଜ୍ୟ ସରକାର । ଯାହା ଅପ୍ରିତିକର ପରିସ୍ଥିତି ସୃଷ୍ଟି କରିବ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଲାଣି । ଶ୍ରୀମନ୍ଦିର ଚୌହଦିରେ ବେଆଇନ ଖନନ ଓ ନିର୍ମାଣକୁ ବିରୋଧ କରି ଆଜି ଶ୍ରୀମନ୍ଦିର ବଞ୍ଚାଅ ପଦଯାତ୍ରା ।

ଏହି ବେଆଇନ ନିର୍ମାଣକୁ ଆରମ୍ଭରୁ ବିରୋଧ କରୁଥିବା ଜିଲ୍ଲା ଆଇନଜୀବୀ ସଂଘ ଏହି ପଦଯାତ୍ରାକୁ ଜଣାଇଛି ପୂର୍ଣ୍ଣ ସମର୍ଥନ । ସେପଟେ କିନ୍ତୁ ଏହି ପଦଯାତ୍ରା ପାଇଁ ଅନୁମତି ଦେଲାନି ଜିଲ୍ଲା ପ୍ରଶାସନ । ଯାହା ଏହି ଜଗନ୍ନାଥ ପ୍ରେମୀଙ୍କୁ ନିରାଶ କରିଛି । ତଥାପି ପ୍ରଶାସନର ବାରଣ ପରେ ବି ଏହି ପଦଯାତ୍ରା ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ବଞ୍ଚାଅ ଆନ୍ଦୋଳନର ରାଜ୍ୟ କାର୍ଯ୍ୟକର୍ତ୍ତା ଜୀବନ ସାହୁ । ପୂର୍ବରୁ ସମାନ ପ୍ରସଙ୍ଗରେ ପଦଯାତ୍ରା କରି ଅଟକଥିବା ଉକ୍ରଳ ଛାତ୍ର ସଂଘ ମଧ୍ୟ ଏହି ପଦଯାତ୍ରାକୁ ଜଣାଇଛି ପୂର୍ଣ୍ଣ ସମର୍ଥନ ।

ଓଡିଆ ଜାତିର ଐତିହ୍ୟ ଓ ଅସ୍ମିତା ତଥା ଭାବାବେଗ ସହ ଖେଳ ଖେଳାଗଲେ ବିଲକୁଲ ବରଦାସ୍ତ କରାଯିବନି ବୋଲି କହିଛି ସଂଘ । ଏପରିକି ସଂଘର ସମସ୍ତ ଜିଲ୍ଲାରେ ଥିବା ହଜାର ହଜାର କର୍ମକର୍ତ୍ତା ମଧ୍ୟ ଆଜି ଏହି ଆନ୍ଦୋଳନରେ ସାମିଲ ହେବା ପାଇଁ ପୁରୀ ଆସୁଥିବା ସୂଚନା ଦେଇଛନ୍ତି ଉକ୍ରଳ ଛାତ୍ର ସଂଘର ସଭାପତି ସୌମ୍ୟରଞ୍ଜନ ସାମଲ । ଗୋଟିଏ ପଟେ ଶ୍ରୀମନ୍ଦିର ଚୌହଦିରେ ବେଆଇନ ନିର୍ମାଣକୁ ବିରୋଧ କରି ଆଜି ଶ୍ରୀମନ୍ଦିର ବଞ୍ଚାଅ ପଦଯାତ୍ରା।

Leave a comment