ଦିଲ୍ଲୀରେ ଜିତେନ୍ଦ୍ର ସିଂହ ଙ୍କୁ ସାକ୍ଷାତ କଲେ ସତ୍ୟପ୍ରକାଶ, ଖୁବଶୀଘ୍ର ତୁଲାଇ ପାରନ୍ତି ଗୁରୁଦାୟିତ୍ୱ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିରଞ୍ଜନ ପଟ୍ଟନାୟକ ଓଡ଼ିଶା ପ୍ରଦେଶ କଂଗ୍ରେସର ସଭାପତି ହେବାପରେ ଯେଉଁ ନେତା କଂଗ୍ରେସ ରେ ଯୋଗଦାନ କଲେ ନିରଞ୍ଜନ ଙ୍କ ଉପସ୍ଥିତିରେ ହିଁ କରିଥିଲେ । ମାତ୍ର ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ ଯେ କି ସାମ୍ବାଦିକତା କ୍ଷେତ୍ରରେ ସମଗ୍ର ଓଡିଶାବାସୀଙ୍କ ମନରେ ନିଜର ଯେପରି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଠିକ ସେହିପରି ନିଜର ରାଜନୈତିକ କ୍ଷେତ୍ରରେ ଯୋଗଦାନ କୁ ମଧ୍ୟ ଏକ ସ୍ୱତନ୍ତ୍ର ସ୍ଥାନ ଦେବାକୁ ଚାହୁଁଥିବା ମନେ ହେଉଛି । ସେ କେବଳ ଓଡ଼ିଶାର ପିସିସି ସଭାପତି ଙ୍କ ଉପସ୍ଥିତି ରେ କଂଗ୍ରେସ ରେ ଯୋଗଦେବାକୁ ଇଛୁକ ନୁହନ୍ତି । ସେ ଦେଶର କଂଗ୍ରେସ ମୁଖିଆ ଙ୍କ ସହ ସାକ୍ଷାତ କରି ନିଜର ବ୍ୟକ୍ତିତ୍ୱ ଓ ପ୍ରତିଭା ଦ୍ଵାରା ଓଡ଼ିଶା କଂଗ୍ରେସ ରେ ନିଜର ଭିନ୍ନ ପରିଚୟ ସୃଷ୍ଟି କରିବାକୁ ଚାହୁଁଥିବା ସାମ୍ବାଦିକ ସତ୍ୟପ୍ରକାଶଙ୍କ ଦିଲ୍ଲୀ ଗ୍ରସ୍ତ ରୁ ସ୍ପଷ୍ଟ ହୋଇଯାଇଛି । ଶ୍ରୀ ନାୟକ ଆଜି ରାଜ୍ୟ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କୁ ଦିଲ୍ଲୀ ଏଆଇସିସି କାର୍ଯ୍ୟାଳୟରେ ଭେଟିଛନ୍ତି । କିଛିଦିନ ପୂର୍ବରୁ ଶ୍ରୀ ନାୟକ କଂଗ୍ରେସ ରେ ଯୋଗଦେବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ଏଥର ଦିଲ୍ଲୀ ରୁ ଆସିଥିବା ଡାକରା ରୁ ଏହା ସ୍ପଷ୍ଟ ଯେ ସେ ଖୁବ ଶୀଘ୍ର ଓଡ଼ିଶା କଂଗ୍ରେସର ଗୁରୁ ଦାୟିତ୍ୱ ତୁଲାଇବେ । ରାଜ୍ୟ କଂଗ୍ରେସ ପ୍ରଭାରୀ ଶ୍ରୀ ସିଂହ, ଶ୍ରୀ ନାୟକ ଙ୍କ ସହ ମିଡିଆ ସେଲ କୁ ନେଇ ଆଲୋଚନା କରିଥିଲେ । ତାଙ୍କୁ ମିଡିଆ ସେଲ ଦାଇତ୍ୱ ସହ ପ୍ରଦେଶ କଂଗ୍ରେସ ର ପ୍ରଚାର ପ୍ରସାର ଦାଇତ୍ୱ ମିଳିବା ସମ୍ଭାବନା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । କଂଗ୍ରେସ ହାଇକମାଣ୍ଡ ଯୁବ ବର୍ଗ ଙ୍କୁ ପ୍ରାଧାନ୍ୟ ଦେଉଛନ୍ତି । ଶ୍ରୀ ନାୟକ ଙ୍କ ପୂର୍ବରୁ ଥିବା ଦକ୍ଷତା ଓ ଲୋକପ୍ରିୟତା କୁ ଦୃଷ୍ଟି ରେ ରଖି ରାଜ୍ୟ କଂଗ୍ରେସ ର ଚିନ୍ତାଧାରା କୁ ସାଧାରଣ ଜନତା ଙ୍କ ପାଖରେ ପହଞ୍ଚେଇବା ପରି ଗୁରୁ ଦାଇତ୍ୱ ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ଙ୍କୁ ନ୍ୟସ୍ତ କରିବା ଦ୍ୱାରା ଓଡ଼ିଶା ର ଯୁବ ବର୍ଗଙ୍କୁ ଏହା ପ୍ରୋତ୍ସାହିତ କରିବ ବୋଲି କଂଗ୍ରେସ ହାଇକମାଣ୍ଡ ଆଶାବାଦୀ ଥିବା ଜଣାପଡିଛି ।

Leave a comment