ଶତ୍ରୁଘ୍ନ ପୂଜାରୀ ଏବଂ ଅକ୍ଷୟ କୁମାର ମିଶ୍ର ଓଡ଼ିଶା ହାଇକୋର୍ଟ ରେ ନୂତନ ବିଚାରପତି ଭାବେ ଯୋଗଦେଲେ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଶା ହାଇକୋର୍ଟ ରେ ଆଜି ଦୁଇ ଜଣ ବିଚାରପତି ଶପଥ ନେଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଶ୍ରୀଯୁକ୍ତ ଶତ୍ରୁଘ୍ନ ପୂଜାରୀ ଏବଂ ଅକ୍ଷୟ କୁମାର ମିଶ୍ର ଓଡ଼ିଶା ହାଇକୋର୍ଟ ରେ ନୂତନ ବିଚାରପତି ଭାବେ ଆଜି ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି । ହାଇକୋର୍ଟ ର ମୁଖ୍ୟ ବିଚାରପତି ଶ୍ରୀଯୁକ୍ତ ଜାଭେରୀ ଆଜି ଉଭୟ ବିଚାରପତିଙ୍କୁ ପଦ ଗୋପନୀୟତାର ଶପଥ କରାଇଛନ୍ତି । ନୂତନ ଭାବେ ଯୋଗ ଦେଇଥିବା ବିଚାରପତି ଙ୍କୁ ମିଶାଇ ଓଡ଼ିଶା ହାଇକୋର୍ଟ ରେ ମୋଟ ବିଚାରପତି ସଂଖ୍ୟ ୧୪ ରେ ପହଞ୍ଚିଥିବା ଜଣାପଡିଛି । ଏଠାରେ ସୂଚନାଯୋଗ୍ୟ ଯେ ଶ୍ରୀଯୁକ୍ତ ପୂଜାରୀ ମାଡ୍ରାସ ହାଇକୋର୍ଟ ରୁ ବଦଳି ହୋଇ ଆସିଥିବା ବେଳେ, ଅକ୍ଷୟ କୁମାର ମିଶ୍ର କଲେଜିଏମ ମାଧ୍ୟମରେ ରାଷ୍ଟ୍ରପତି ଙ୍କ ଦ୍ୱାରା ନୂତନ ଭାବେ ହାଇକୋର୍ଟ ରେ ବିଚାରପତି ଭାବେ ଯୋଗ ଦେଇଛନ୍ତି।

Leave a comment