ଶଶୁର ଘର ନିର୍ବାଚନ ମଣ୍ଡଳୀରୁ ଲଢ଼ିବେ ଅର୍ଥ ମନ୍ତ୍ରୀ ଶଶୀଭୂଷଣ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବହୁ ପ୍ରତିକ୍ଷାର ଅନ୍ତ ଘଟାଇ ଆଜି ବିଜେଡି ତାର ଶେଷ ବିଧାନସଭା ଆସନ କେନ୍ଦ୍ରାପଡାର ପ୍ରାର୍ଥୀ ଘୋଷଣା କରିଛି । ଏଥର କେନ୍ଦ୍ରାପଡାରୁ ବିଜେଡି ପ୍ରାର୍ଥୀ ହୋଇଛନ୍ତି ରାଜ୍ୟ ଅର୍ଥ ମନ୍ତ୍ରୀ ଶଶୀଭୂଷଣ ବେହେରା ।

ସୂଚନା ଅନୁଯାୟୀ, ଭୁବନେଶ୍ୱର ଜୟଦେବର ବିଧାୟକ ତଥା ଅର୍ଥ ମନ୍ତ୍ରୀ ଶଶୀଭୂଷଣ ଙ୍କୁ ଏଥର ନିର୍ବାଚନ ମଣ୍ଡଳୀ ରୁ ବିରୋଧ ହେବାରୁ ୨୦୦୯ ର ଜୟଦେବ ବିଧାୟକ ଅରବିନ୍ଦ ଢାଲିଙ୍କୁ ଏଥର ଟିକେଟ ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀ ଶଶୀଭୂଷଣଙ୍କୁ ଥାଇତାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଶେଷରେ ମୁଖ୍ୟମନ୍ତ୍ରୀ ନିଜର ପ୍ରତିଶ୍ରୁତି ରକ୍ଷା କରି ଶଶୀଭୂଷଣଙ୍କୁ ତାଙ୍କ ଶଶୁର ଘର ନିର୍ବାଚନ ମଣ୍ଡଳୀ କେନ୍ଦ୍ରାପଡାରୁ ଟିକେଟ ଦେଇଛନ୍ତି । କିଶୋର ତରାଇଙ୍କ ବଦଳରେ ଶଶୀଭୂଷଣ ଏଥର କେନ୍ଦ୍ରାପଡାରୁ ନିର୍ବାଚନ ଲଢ଼ିବେ । ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ କିଶୋର ତରାଇ ବିଧାୟକ ଥିବାବେଳେ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ସିପ୍ରା ମଲ୍ଲିକ କେନ୍ଦ୍ରାପଡାର ବିଧାୟିକା ଥିଲେ । ସିପ୍ରାଙ୍କ ନାଁ ମଧ୍ୟ ଏହି ଆସନ ପାଇଁ ଚର୍ଚ୍ଚା ହେଉଥିଲା ।

Leave a comment