ସାରୁଅଠାରେ ହୋଇଥିବା ଓଟିଭି ବିଶାଳ ଷ୍ଟୁଡ଼ିଓ ସହିତ ଜଡିତ କେଉଁ ବିଜେଡ଼ି ବିଧାୟକଙ୍କ ଭାଇ ଜଣାନ୍ତୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦିନକୁ ଦିନ ଓଡିଶା ଇନଫ୍ରାଟେକ ପାଇଁ ଅଡୁଆ ବଢିବାରେ ଲାଗିଛି । ସାରୁଅ ଜମି ଜୋର ଜବରଦସ୍ତ ଅଧିଗ୍ରହଣକୁ ନେଇ ଓଟିଭି ନିର୍ଦେଶକ ଅଡ଼ୁଆରେ ପଡ଼ିଛନ୍ତି । ମାତ୍ର ଏହି ଘଟଣାରେ ତାଙ୍କୁ ସହଯୋଗ କରିଥିବା ବିଜେଡ଼ି ଦଳର ପ୍ରଭାବଶାଳୀ ଓ ଦବଦବା ଥିବା ଜଣେ ବିଧାୟକଙ୍କ ଭାଇଙ୍କୁ ନେଇ ବିଜେଡ଼ି ଦଳ ଏବଂ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଯଦି କମ୍ପାନୀରେ ଚାକିରୀ କରିଥିବା ବ୍ୟକ୍ତିକୁ ଗିରଫ କରାଯିବା ସହ ଜେରାର ସାମ୍ନା କରିବାକୁ ପଡୁଛି ତେବେ ପାଚେରୀ ନିର୍ମାଣ ଓ ସ୍ଥାନୀୟ ଅଞ୍ଚଳରେ ନିଜର ପତିଆରା ଜାହିର କରି ସବୁ ପ୍ରକାର ସହଯୋଗ କରିଥିବା ବ୍ୟକ୍ତିକୁ କାହିଁକି ଅନୁକମ୍ପା ଦେଖାଯାଉଛି ଏନେଇ ଅନେକ ଅସନ୍ତୋଷ ପ୍ରକାଶ ପାଉଛି ।

କାରଣ ସାରୁଅ ଠାରେ ଥିବା ଓଟିଭି ଷ୍ଟୁଡିଓର ବିରାଟ ପାଚେରୀ ପାଇଁ ମାଟି ଯୋଗାଇ ଥିଲେ ଏହି ପ୍ରଭାବଶାଳୀ ବିଧାୟକଙ୍କ ଭାଇ । ସେ ପୁଣି ମନରେଗା ଯୋଜନା ଅନୁଯାୟୀ । ଲୋକଙ୍କ ଦ୍ୱାରା ପୋଖରୀ ଖୋଳାଯିବା କାର୍ଯ୍ୟ କରାଯିବାକୁ ଥିବାବେଳେ ବିଧାୟକଙ୍କ ଭାଇ ମେସିନ ସାହାଯ୍ୟରେ ଏହି କାର୍ଯ୍ୟ କରିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ସେହିପରି ଏହି ପୋଖରୀରୁ ବାହାରିଥିବା ମାଟିକୁ ଚୋରାରେ ସାରୁଅ ଠାରେ ଥିବା ଓଟିଭି ଷ୍ଟୁଡ଼ିଓକୁ ବିକ୍ରି କରାଯିବା ନେଇ ସ୍ଥାନୀୟ ଅଞ୍ଚଳରେ ଅଭିଯୋଗ ହେଉଛି । ଏହି ମାଟି ଚୋରି ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ମଧ୍ୟ ସ୍ଥାନୀୟ ବାସିନ୍ଦା ଦାବି କରୁଛନ୍ତି ।ଏପରିକି ଏସମସ୍ତ ବିଧାୟକଙ୍କ ନିଜ ବ୍ୟବସାୟ ଏବଂ ଭାଇଙ୍କୁ ବିଧାୟକଙ୍କ ନିଜ ଢାଲ ଭାବରେ ବ୍ୟବହାର କରୁଥିବା ମଧ୍ୟ ଶୁଣିବାକୁ ମିଳୁଛି । ପୂର୍ବରୁ ମଧ୍ୟ ଏହି ବିଧାୟକଙ୍କ ନାଁରେ ସାରୁଆଠାରେ ଜମି ବିବାଦକୁ ନେଇ ଜଣେ ମହିଳାଙ୍କୁ ଧମକ ଦେବାକୁ ନେଇ ଥାନାରେ ଅଭିଯୋଗ ହୋଇଥିଲା ।

ଅପରପକ୍ଷରେ ଅନୁସୂଚିତ ଜାତି ଲୋକଙ୍କ ଠାରୁ ଜୋର ଜବରଦସ୍ତ ଜମି ଅଧିଗ୍ରହଣକାରୀ ପ୍ରତି ସରକାରଙ୍କ କଠୋର ମନୋଭାବ ପ୍ରଶଂସାର ପତ୍ର ହୋଇଥିବା ବେଳେ ତାଙ୍କୁ ଏହି କାର୍ଯ୍ୟରେ ସହଯୋଗ କରିଥିବା ବିଧାୟକଙ୍କ ଭାଇଙ୍କ ପ୍ରତି ଏତେ ଉଦାର ମନୋଭାବ କାହିଁକି ବୋଲି ସମସ୍ତ ମହଲରେ ଏହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସୂଚନା ଅନୁଯାୟୀ, କିଛିଦିନ ତଳେ ସାରୁଅ ଠାରେ ଥିବା ଅନୁସୂଚିତ ଜାତି ଲୋକଙ୍କ ଜମିକୁ ଚଞ୍ଚକତା କରି ଓଡିଶା ଇନଫ୍ରାଟେକ କିଣିଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗର ତଦନ୍ତ କରି ଇଓଡବ୍ଲ୍ୟୁ ବା ଅର୍ଥନୈତିକ ଅପରାଧିକ ଶାଖା ମନୋରଞ୍ଜନଙ୍କୁ ଗିରଫ କରିଥିଲା । ମନୋରଞ୍ଜନ ଗିରଫ ହୋଇ ଇଓଡବ୍ଲ୍ୟୁ ଜେରାର ସମ୍ମୁଖୀନ ହୋଇଥିଲେ । ଏହାପରେ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡିତ ଥିବାବେଳେ ପରିବାରର କେହି ଦାୟିତ୍ୱ ନେବାକୁ ନଥିବାରୁ ସେ ବାଧ୍ୟ ହୋଇ ଇସ୍ତଫା ଦେଇଛନ୍ତି ବୋଲି ଉଲ୍ଲେଖ କରିଛନ୍ତି ।

Leave a comment