ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକ ହେଲେ ନୂତନ ପିସିସି ସଭାପତି

0

ଭୁବନେଶ୍ବର, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ କଂଗ୍ରେସ ନୂତନ ସଭାପତି ନେଇ ଚାଲିଥିବା କନ୍ଦଳର ଅନ୍ତ ଘଟିଛି । ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକଙ୍କୁ ନୂତନ ପିସିସି ସଭାପତି ଭାବେ ଚୟନ କରାଯାଇଛି । ଏଆଇସିସି ଆଜି ଶରତଙ୍କ ନାଁ ଉପରେ ମୋହର ମାରିଛି । ଏଆଇସିସି ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫାକୁ ଗ୍ରହଣ କରିବା ସହ କଂଗ୍ରେସର ବରିଷ୍ଠ ନେତା ଶରତ ପଟ୍ଟନାୟକଙ୍କୁ ଓଡ଼ିଶା କଂଗ୍ରେସର ସଭାପତି ଭାବେ ଦାୟିତ୍ୱ ପ୍ରଦାନ କରିଛନ୍ତି ।

ଶରତ ପଟ୍ଟନାୟକ ବଲାଙ୍ଗୀରରୁ ଦୁଇ ଦୁଇଥର ସାଂସଦ ଭାବେ ନିର୍ବାଚିତ ହୋଇ ପ୍ରତିନିଧିତ୍ୱ କରିଛନ୍ତି । ଏଥି ସହତି ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ପିସିସି ସଭାପତି ଭାବେ ଶରତ ପଟ୍ଟନାୟକ ଦାୟିତ୍ୱ ନିର୍ବାହ କରିସାରିଛନ୍ତି । ଏବେ ତାଙ୍କ ଉପରେ ପୁଣିଥରେ ଭରସା କରି ତାଙ୍କୁ ପିସିସି ସଭାପତି ଭାବେ ଘୋଷଣା କରିଛି ଏଆଇସିସି। ଦୀର୍ଘ ୧୮ ବର୍ଷ ପରେ ଏବେ ଶରତ ପଟ୍ଟନାୟକ ପୁଣି ରାଜ୍ୟ କଂଗ୍ରେସର ମଙ୍ଗ ଧରିଛନ୍ତି।

Leave a comment