ଟଙ୍କା ବାଣ୍ଟୁଥିବା ସରପଞ୍ଚ ପ୍ରାର୍ଥୀଙ୍କୁ ଛେଚିଲେ ଲୋକେ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାତିରେ ଟଙ୍କା ବାଣ୍ଟୁ ଥିବା ସରପଞ୍ଚ ପ୍ରାର୍ଥୀଙ୍କୁ ଛେଚିଲେ ଗାଁ ଲୋକେ । ନିର୍ବାଚନ ପୂର୍ବ ରାତିରେ ଗାଁ ଗାଁ ବୁଲି ଟଙ୍କା ବାଣ୍ଟିବା ମହଙ୍ଗା ପଡିଲା ସରପଞ୍ଚ ପ୍ରାର୍ଥୀଙ୍କୁ । ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ଘଟିଛି ।

ପ୍ରକାଶ ଥାଉକି , ଶନିବାର ରାତିରେ ମୟୂରଭଞ୍ଜ ଜିଲ୍ଲାର ବଡସାହି ବ୍ଲକ ଟଙ୍ଗାଶୋଳ ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଦଶରଥ ମୁର୍ମୁ ଟଙ୍କା ବାଣ୍ଟୁଥିଲେ । ସେ ୭ନମ୍ବର ଓ୍ବାର୍ଡ ବଣକାଟୀ ଗାଁରେ ନିଜ ସପକ୍ଷରେ ଭୋଟ ଦେବାପାଇଁ ପ୍ରଲୋଭିତ କରୁଥିଲେ । ତେବେ ଟଙ୍କା ବାଣ୍ଟୁଥିବା ବେଳେ ଗ୍ରାମବାସୀ ବିରୋଧ କରିବା ସହ ମାଡ଼ ମାରିଥିଲେ । ସରପଞ୍ଚ ପ୍ରାର୍ଥୀ ଦଶରଥଙ୍କୁ ସାରା ରାତି ବାନ୍ଧି ରଖିଥିଲେ ଗ୍ରାମବାସୀ। ଏହାସହ ମାଡ ମଧ୍ୟ ମାରିଥିଲେ । ରବିବାର ସକାଳେ ବଡସାହି ପୋଲିସ ଆସି ସରପଞ୍ଚ ପ୍ରାର୍ଥୀଙ୍କୁ ଉଦ୍ଧାର କରିବା ସହ ତଦନ୍ତ ଚଳାଇଛି ।

Leave a comment