ଟଙ୍କା ବାଣ୍ଟି ବଦନାମ ମୁଣ୍ଡାଇଲେ ସରପଞ୍ଚ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବଲାଙ୍ଗୀର ଠେମେରା ସରପଞ୍ଚ ପ୍ରାର୍ଥୀ ଲକ୍ଷ୍ମୀକାନ୍ତ ବାଗ ପ୍ରଚାର ବେଳେ ଟଙ୍କା ବାଣ୍ଟିବା ଘଟଣା ପ୍ରଥମେ ଗଣମାଧମରେ ପ୍ରଚାର ଓ ପ୍ରସାର କରାଯାଇଥିଲା । ଆଜି ଏନେଇ ଜିଲ୍ଲା ପ୍ରଶାସନ ଉକ୍ତ ପ୍ରାର୍ଥୀଙ୍କ ବିରୋଧରେ ଏତଲା ଦେଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସିନ୍ଧେକେଲା ଥାନାରେ ଏତଲା ଦେବାପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଏତଲା ଦେଇଛନ୍ତି ବଙ୍ଗୋମୁଣ୍ଡା ବିଡିଓ ରିପୁନାଥ ସୁନା ।

ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟକୁ ଜିଲ୍ଲା ପ୍ରଶାସନ ତଦନ୍ତ ରିପୋର୍ଟ ପଠାଇଛି। ବରକାନୀ ଗାଁକୁ ନିର୍ବାଚନ ପ୍ରଚାରରେ ଯାଇ ସରପଞ୍ଚ ପ୍ରାର୍ଥୀ ଲକ୍ଷ୍ମୀକାନ୍ତ ବାଗ୍‌ ଖୁଲମଖୁଲା ଟଙ୍କା ବାଣ୍ଟିବା ଭିଡ଼ିଓ ଭାଇରାଲ ହୋଇଥିଲା। ତେବେ ତଦନ୍ତ ଦାୟିତ୍ୱରେ ଥିବା ବଙ୍ଗୋମୁଣ୍ଡା ତହସିଲଦାର ଏକପାଖିଆ ତଦନ୍ତ କରି ଭୁଲ ତଥ୍ୟ ଦେଇଥିବା ଅଭିଯୋଗ ହୋଇଥିଲା। ଏହାପରେ ଏକପାଖିଆ ତଦନ୍ତ ବିରୋଧରେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଥିଲେ ଗ୍ରାମବାସୀ ।

ଏହାପରେ ତଦନ୍ତ ଦାୟିତ୍ୱରୁ ବାଦ ପଡିଥିଲେ ବଙ୍ଗୋମୁଣ୍ଡା ତହସିଲଦାର ଗୁଣମଣି ସୁନାନୀ। ତାଙ୍କ ସ୍ଥାନରେ ଟିଟିଲାଗଡ଼ ଉପ ଜିଲ୍ଲାପାଳ ମନୋଜ ମହାଜନଙ୍କୁ ପୁନଃତଦନ୍ତ ଦାୟିତ୍ୱ ଦିଆଯାଇଥିଲା । ପୋଲିସ ଉପସ୍ଥିତିରେ ଅଭିଯୋଗକାରୀ ଓ ଅନ୍ୟ ସରପଞ୍ଚ ପ୍ରାର୍ଥୀଙ୍କ ବୟାନ୍ ରେକର୍ଡ କରିଥିଲେ ଟିଟଲାଗଡ଼ ଉପଜିଲ୍ଲାପାଳ। ଏହାପରେ ସିନ୍ଧେକେଲା ଥାନାରେ ଏତଲା ଦେଇଛି ଜିଲ୍ଲା ପ୍ରଶାସନ ।

Leave a comment