ଗୀତ ପରିବେଷଣ କରୁଥିଲା ବେଳେ ଚାଲିଗଲା ଜୀବନ

0

ମୟୂରଭଂଜ ଜିଲ୍ଲା ଉଦଳାରେ ତୁଳସୀ ଗଣନାଟ୍ୟର ନାଟକ ମଂଚସ୍ଥ ହେଉଥିବା ବେଳେ କଣ୍ଠଶିଳ୍ପୀ ସଂଜୟ ପାତ୍ରଙ୍କ ପରଲୋକ ହୋଇଛି । ମଂଚସ୍ଥ ନାଟକର ନାଁ ଥିଲା-ବରଷା ରାତିକୁ ଭରସା ନାହିଁ । ଟାଇଟଲ ଗୀତ ଗାଉଥିଲେ ସଂଜୟ, ଆଉ ସେହି ଗୀତ ଗାଇବା ସମୟରେ ଟଳି ପଡିଲେ ।

ରବିବାର ରାତିରେ ନାଟକ ‘ବରଷା ରାତିକୁ ଭରସା ନାହିଁ’ ଚାଲିଥିଲା । ସଂଜୟ ପାତ୍ରଙ୍କ ଘର ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକର କାନ୍ଥି ଭଉଁରୀ ଗାଁରେ । ତାଙ୍କର ଗୋଟିଏ ଝିଅ ଓ ଦୁଇ ପୁଅ । ସେ ଘରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ । ବୟସ ମାତ୍ର ୪୭ ବର୍ଷ । ୧୬ ତାରିଖ ଦିନ ଗାଁକୁ ଆସି ଭୋଟ୍ ଦେବ ବୋଲି କହିଥିଲା । ଭୋଟ୍ ଆଗରୁ ସେ ଚାଲିଗଲେ । ସଂଜୟଙ୍କ ଅକାଳ ବିୟୋଗରେ ସାଥୀ କଳାକାରମାନେ ଭାଙ୍ଗି ପଡିଛନ୍ତି ।

Leave a comment