ସଞ୍ଜୟ ଦତ୍ତ ହସ୍ପିଟାଲରେ ଭର୍ତ୍ତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଶନିବାର ସନ୍ଧ୍ୟାରେ ସଞ୍ଜୟଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହେବାରୁ ତାଙ୍କୁ କରୋନା ହୋଇଥିବା ସନ୍ଦେହ ହୋଇଥିଲା। ହସ୍ପିଟାଲରେ ଭର୍ତ୍ତି ହେବାପରେ ପ୍ରଥମେ ତାଙ୍କର କରୋନା ଟେଷ୍ଟ ହୋଇଥିଲା। ତେବେ ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡ଼ିଛି। ଏହି ସମୟରେ ସଞ୍ଜୟ ଦତ୍ତଙ୍କ ପରିବାର ଲୋକେ ତାଙ୍କଠାରୁ ଦୂରେଇ ରହିଥିବା ଜଣାପଡ଼ିଛି।